ଖୋର୍ଦ୍ଧା: ଉପଖଣ୍ଡରେ କୋରୋନା ଗ୍ରାଫ ଉପରମୁହାଁ । ଖୋର୍ଦ୍ଧାରେ ପ୍ରତିଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାର ଏହି ଚେନ ଭାଙ୍ଗିବାକୁ ତୃଣମୂଳ ସ୍ତରରୁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାର 4ଟି ବ୍ଲକର 15 ଗାଁ ଓ ଗୋଟିଏ ପୌରାଞ୍ଚଳର ଦୁଇଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଏହି କଣ୍ଟେନମେଣ୍ଟ ଜୋନ ମଧ୍ୟରେ ବାଣପୁର ବ୍ଲକର 10ଟି ଗାଁ, ବେଗୁନିଆ ବ୍ଲକର ତିନୋଟି ଗାଁ, ବୋଲଗଡ ଓ ଚିଲିକା ବ୍ଲକର ଗୋଟିଏ ଲେଖାଏଁ ଗାଁ ଏବଂ ବାଲୁଗାଁ ପୌରାଞ୍ଚଳର ଦୁଇଟି ୱାର୍ଡ ରହିଛି ।
ଖୋର୍ଦ୍ଧାର 15ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - ଖୋର୍ଦ୍ଧାର 4ଟି ବ୍ଲକ କଣ୍ଟେନମେଣ୍ଟ ଜୋନରେ
ଖୋର୍ଦ୍ଧାରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତୀବ୍ର ଗତିରେ ମାଡୁଥିବା ସଂକ୍ରମଣରେ ବ୍ରେକ ଲଗାଇବାକୁ ଉପଜିଲ୍ଲାପାଳ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
![ଖୋର୍ଦ୍ଧାର 15ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଖୋର୍ଦ୍ଧାର 4ଟି ବ୍ଲକର 15ଟି ଗାଁ ଏବେ କଣ୍ଟେନମେଣ୍ଟ ଜୋନରେ](https://etvbharatimages.akamaized.net/etvbharat/prod-images/768-512-8902498-689-8902498-1600825548403.jpg)
ଖୋର୍ଦ୍ଧାର 4ଟି ବ୍ଲକର 15ଟି ଗାଁ ଏବେ କଣ୍ଟେନମେଣ୍ଟ ଜୋନରେ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Sep 23, 2020, 7:33 AM IST