ଓଡିଶା

odisha

ETV Bharat / state

ଫୁଟବଲ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ: ଫିଫା ବିଶ୍ୱକପ୍ ପୂର୍ବରୁ FIFA-AIFF ଟ୍ୟାଲେଣ୍ଟେ ଏକାଡେମୀ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ MoU - ଫୁଟବଲ୍

FIFA MOU: ଫିଫା ବିଶ୍ୱକପ କ୍ୱାଲିଫାଏର ପୂର୍ବରୁ FIFA-AIFF ଟ୍ୟାଲେଣ୍ଟ ଏକାଡେମୀ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ । ଅଧିକ ପଢ଼ନ୍ତୁ

ଫିଫା ବିଶ୍ୱକପ୍ କ୍ୱାଲିଫାଇ ପୂର୍ବରୁ  FIFA ଟ୍ୟାଲେଣ୍ଟେ ଏକାଡେମୀ  ଓଡିଶା ଏବଂ ଅଲ ଇଣ୍ଡିଆ ଫୂଟବଲ ଫେଡେରେସନ ମଧ୍ୟରେ mou ସ୍ଵାକ୍ଷର
ଫିଫା ବିଶ୍ୱକପ୍ କ୍ୱାଲିଫାଇ ପୂର୍ବରୁ FIFA ଟ୍ୟାଲେଣ୍ଟେ ଏକାଡେମୀ ଓଡିଶା ଏବଂ ଅଲ ଇଣ୍ଡିଆ ଫୂଟବଲ ଫେଡେରେସନ ମଧ୍ୟରେ mou ସ୍ଵାକ୍ଷର

By ETV Bharat Odisha Team

Published : Nov 21, 2023, 7:34 PM IST

ଫୁଟବଲ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ: ଫିଫା ବିଶ୍ୱକପ୍ ପୂର୍ବରୁ ଓଡ଼ିଶା ଟ୍ୟାଲେଣ୍ଟେ ଏକାଡେମୀ ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମଧ୍ୟରେ MOU

ଭୁବନେଶ୍ବର: ଫିଫା ବିଶ୍ୱକପ କ୍ୱାଲିଫାଏର ପୂର୍ବରୁ FIFA-AIFF ଓ ଓଡ଼ିଶା ସରକାରଙ୍କ ମଧ୍ୟରେ (AIFF) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ତୃଣମୂଳ ସ୍ତରରେ ଫୁଟବଲ୍ ଖେଳାଳି ଚୟନ କରି ସେମାନଙ୍କୁ ଏକାଡେମୀରେ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ । ରାଜ୍ୟରେ ଥିବା ଜୁନିୟର ସ୍ତରର ଖେଳାଳିମାନଙ୍କୁ AIFF- FIFA ଟ୍ୟାଲେଣ୍ଟ ଏକାଡେମୀରେ କୋଚିଂ ପ୍ରଦାନ ସହ ପାଠ ପଢ଼ିବାକୁ ମିଳିବ ସୁଯୋଗ ।

ଏହା ମଧ୍ଯ ପଢ଼ନ୍ତୁ:ଭୁବନେଶ୍ବରରେ ହେବ FIFA ବିଶ୍ବକପ୍‌; ଭାରତ-କତାର କ୍ବାଲିଫାୟର୍ସ ଦେଖିବେ ପ୍ରଶଂସକ

ଏହା ମଧ୍ଯ ପଢ଼ନ୍ତୁ: ଫିଫା ବିଶ୍ବକପ୍‌ କ୍ବାଲିଫାୟର: ପ୍ରସ୍ତୁତ କଳିଙ୍ଗ ମୈଦାନ, ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ

ଭୁବନେଶ୍ବରରେ ଆଜି(ମଙ୍ଗଳବାର) ସ୍ବାକ୍ଷରିତ ହୋଇଛି ଏହି MOU । ଏହି ଅବସରରେ ଉପସ୍ଥିତ ଥିଲେ ଫିଫା ଫୁଟବଲ ଡେଭେଲପମେଣ୍ଟ ଅପରସେନ ଏଆଇଏଫଏଫର ସଭାପତି କଲ୍ୟାଣ ଚୋବେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣାଙ୍କ ଉପସ୍ଥିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ରାଜ୍ୟରେ ଥିବା ଜୁନିୟର ସ୍ତରର ଖେଳାଳିମାନଙ୍କୁ AIFF-FIFA ଟ୍ୟାଲେଣ୍ଟ ଏକାଡେମୀରେ ରଖାଯାଇ କୋଚିଂ ପ୍ରଦାନ କରିବା । ଖେଳ ସହ ସେମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯିବା ।

ଫିଫା ମୁଖ୍ୟଙ୍କ ଅନୁଯାୟୀ ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି, "ଭାରତୀୟ ଖେଳାଳିଙ୍କ ପାଖରେ ଟ୍ୟାଲେଣ୍ଟ ଭରି ରହିଛି । ହେଲେ ସେମାନେ କେବେ ବିଶ୍ବକପ ଫୁଟବଲ ଖେଳି ପାରିବେ ସେକଥା ମୁଁ କହିପାରିବି ନାହିଁ । ମାତ୍ର ଏହି ଏକାଡେମୀ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳିଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଇ ପାରିବ । ସେହି ପ୍ରତିିଶ୍ରୁତି ମୁଁ ଦେଉଛି ।"

ଭାରତୀୟ ଫୁଟବଲ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ୱରରେ ଯେଉଁଭଳି କ୍ରୀଡ଼ା ଭିତ୍ତିଭୂମି ରହିଛି, ଏହାଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡ଼ିଶା ହେଉଛି କ୍ରୀଡ଼ାର ପ୍ରଥମ ପସନ୍ଦ । ଏବେ ଫୁଟବଲ୍‌କୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନି ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ୍‌ କରିଛନ୍ତି । AIFF-FIFA ଟ୍ୟାଲେଣ୍ଟେ ଏକାଡେମୀ ଭୁବନେଶ୍ବରରେ ଥିବା ୭ମ ବାଟାଲିଆନରେ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ଏବଂ ୧୭ ବର୍ଷରୁ କମ୍‌ ବୟସ ବର୍ଗ ମଧ୍ୟରେ ଖେଳାଳି ଚୟନ କରାଯିବ । ଭାରତୀୟ ଫୁଟବଲ ଖେଳାଳି କାହିଁକି ବିଶ୍ବକପ ଫୁଟବଲ ଖେଳି ପାରୁନାହାନ୍ତି, ଏହା ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ । କିନ୍ତୁ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କୁ ସୁବିଧା ସୁଯୋଗ ମିଳୁଛି । ଆଗାମୀ ଦିନରେ ଭାରତୀୟ ଫୁଟବଲ ୧୦୨ ରାଙ୍କ୍‌ରୁ ଅଧିକ ଉପରକୁ ଉଠି ନିଜର ପ୍ରତିଭାକୁ ପ୍ରମାଣିତ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details