ଖୋର୍ଦ୍ଧା: ପରମ୍ପରାର ଏକ ନୂଆ ପ୍ରଥା ଦେଖିବାକୁ ମିଳିଛି । ଯିଏ ସ୍ରଷ୍ଟା ସେହିଁ ହିଁ ଖାଉଛନ୍ତି ମାଡ଼ । ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି କିନ୍ତୁ ବର୍ଷାର ଦେଖା ନାହିଁ । ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ । ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗିରିଗିରିଆ ଗ୍ରାମର ଚାଷୀମାନେ ଭଲ ବର୍ଷା ଓ ଭଲ ଚାଷ ପାଇଁ ହନୁମାନଙ୍କ ମୂର୍ତ୍ତି ନିକଟରେ ପୂଜା କରିଛନ୍ତି ।
ଧାରା ଶ୍ରାବଣରେ ଶୁଖି ଯାଇଛି କ୍ଷେତ, ମାଡ଼ ଖାଉଛନ୍ତି ହନୁମନ୍ତ - Hanuman is beaten
ଯିଏ ସୃଷ୍ଟିର ସ୍ରଷ୍ଟା ସେ ହିଁ ଖାଉଛନ୍ତି ମାଡ଼ । କଥାଟି ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ବର୍ଷା ନହେବାରୁ ମାଡ ଖାଉଛନ୍ତି ବଜରଙ୍ଗୀ ପ୍ରଭୁ ହନୁମାନ । ପଡନ୍ତୁ ସମ୍ପୂର୍ଣ୍ଣ ଖବର
ଧାରାଶ୍ରାବଣରେ ଶୁଖି ଯାଇଛି କ୍ଷେତ, ମାଡ଼ ଖାଉଛନ୍ତି ହନୁମନ୍ତ
ପୂଜା ଶେଷରେ ହନୁମାନଙ୍କ ଚାରିପଟେ ସାତଥର ବୁଲି ବାରିଅଁଳା ଡାଳ ସାହାଯ୍ୟରେ ମହାବୀରଙ୍କୁ ମାଡମାରି ବର୍ଷା କର ବର୍ଷା କର କହିଲେ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏ ପରମ୍ପରା ଆଜିର ନୁହେଁ କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲିଆସୁଛି । ଚଳିତ ବର୍ଷ କମ ପରିମାଣର ବର୍ଷା କାରଣରୁ ଗ୍ରାମବାସୀମାନେ ବାପା ଅଜା ଅମଳର ପରମ୍ପରାକୁ ଆପଣେଇଥିବା ଜଣାପଡ଼ିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ