ଖୋର୍ଦ୍ଧା: ଚାଷୀକୁ ମିଳୁନି ସାର ବଢୁଛି କଳାବଜାରୀ । ଚାଷୀକୁ ୟୁରିଆ ସାର ମିଳୁନଥିବାବେଳେ ବଜାରରେ ଚଢା ଦରରେ ବିକ୍ରି ହେଉଛି । ଏ ଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣାରେ ।
ଚାଷୀକୁ ମିଳୁନି ସାର, ବଢୁଛି କଳାବଜାରୀ - ଚାଷୀକୁ ମିଳୁନି ସାର ଖୋର୍ଦ୍ଧା
ଚାଷୀକୁ ୟୁରିଆ ସାର ମିଳୁନଥିବା ବେଳେ ବଜାରରେ ଚଢା ଦରରେ ବିକ୍ରି ହେଉଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ସେବା ସମବାୟ ସମିତିରେ 90ବସ୍ତା ୟୁରିଆ ସାର ଚାଷିଙ୍କ ପାଇଁ ଆସିଥିବା ବେଳେ ସାର ନପାଇ ହତାଶ ହୋଇ ଫେରିଛନ୍ତି ଚାଷୀ । ଅଧିକ ପଢନ୍ତୁ...
ଚାଷୀକୁ ମିଳୁନି ସାର,ବଢୁଛି କଳାବଜାରୀ
ଚାଷୀକୁ ମିଳୁନି ସାର,ବଢୁଛି କଳାବଜାରୀ
ସରକାର ସୁଲଭ ମୂଲ୍ୟରେ ଚାଷୀକୁ ସମବାୟ ସମିତି ମାଧ୍ୟମରେ ସାର ଯୋଗାଇ ଦେଉଛନ୍ତି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମିଳୁନଥିବାରୁ ଚାଷୀ ମାନେ ବାଧ୍ୟହୋଇ ବଜାରରୁ ଢେର ଅଧିକ ଦରରେ ସାର କିଣି ଅସନ୍ତୋଷ ପ୍ରକାଶ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ସେବା ସମବାୟ ସମିତିରେ 90ବସ୍ତା ୟୁରିଆ ସାର ଚାଷିଙ୍କ ପାଇଁ ଆସିଥିବା ବେଳେ ସାର ନପାଇ ହତାଶ ହୋଇ ଫେରିଛନ୍ତି ଚାଷୀ । ଠିକ ସମୟରେ ସାର ବିଲରେ ନପକାଇଲେ ଫସଲ ଉଜୁଡି ଯିବାର ଭୟ ଘରିଛି ଚାଷୀକୁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ