ଓଡିଶା

odisha

ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ପରେ ଘାରିଛି ଭୟ, ଗୋପାଳକୁ ଚୌଦ୍ବାର ଜେଲ ସ୍ଥାନାନ୍ତର ପାଇଁ ଚିଠି

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଉପରକୁ ପରଦା ହଟିନାହିଁ । ଗୋପାଳ ଦାସ ନବ ଦାସଙ୍କ ଉପରକୁ କାହିଁକି ଗୁଳି ଚଳାଇଥିଲା ତାହା ଖୁବଶୀଘ୍ର ଜଣାପଡିବ । ଏହାରି ଭିତରେ ଚୌଦ୍ବାର ଜେଲକୁ ଗୋପାଳ ଦାସକୁ ସ୍ଥାନାନ୍ତର ପାଇଁ ଚିଠି କରାଯାଇଛି । ଅଧିକ ପଢନ୍ତୁ

Gopal Das transferred to chaudwar jail
ଗୋବିନ୍ଦ ସାହୁ ମୃତ୍ୟୁ ପରେ ଘାରିଛି ଭୟ

By

Published : Feb 13, 2023, 1:50 PM IST

ଭୁବନେଶ୍ବର: ଜେଲ ବିଭାଗକୁ ଘାରିଛି ଗୋପାଳ ଭୟ । ମମିତା ମେହେର ହତ୍ୟାକାଣ୍ଡ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପରେ ଏବେ ଗୋପାଳକୁ ନେଇ ଚିନ୍ତାରେ ପଡିଛନ୍ତି ଜେଲ ବିଭାଗ । ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳର ସୁରକ୍ଷା ଓ ସ୍ବାସ୍ଥ୍ୟକୁ ନେଇ ଜେଲ ବିଭାଗକୁ ଭୟ ଘାରୁଛି । ଝାରପଡା ସବ ଜେଲର ସୁପରିଟେଣ୍ଡ ଏନେଇ ଗୋପାଳକୁ ଚୌଦ୍ବାର ଜେଲକୁ ସ୍ତାନାନ୍ତର ପାଇଁ ଜେଲ ବିଭାଗକୁ ଜଣାଇଛନ୍ତି । ରାଜ୍ୟର ଏକ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତ କିପରି ସୁରକ୍ଷିତ ରହିବ ସେ ଦୃଷ୍ଟିରୁ ଆବଶ୍ୟକୀୟ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଗଲେ ସୁବିଧା ହୋଇପାରିବ ବୋଲି ଚିଠି ଲେଖି ଅନୁରୋଧ କରାଯାଇଥିବା ଜଣାଇଛନ୍ତି ।

ଯାହା ଆବଶ୍ୟକୀୟ ପଦକ୍ଷେପ ନେବା କଥା ନିଆଯିବ ଓ କୋର୍ଟ ଯାହା ନିଷ୍ପତ୍ତି ନେବେ ଏନେଇ ଜେଲ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ତେବେ ପୂର୍ବରୁ ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ସହ ହଟଚମଟ ହୋଇଥିଲା ।

ସେହିପରି ଗୋପାଳ ଦାସ ଘଟଣାରେ ସେପରି ନ ହେଉ ବା ଜେଲ ବିଭାଗର ଅବହେଳାରୁ କୌଣସି ଅଘଟଣ ନଘଟୁ ଅଥବା ଯେହେତୁ ସେ ମାନସିକ ସ୍ଥିତି କଥା ଉଠୁଛି ତେଣୁ ସେ ଦୃଷ୍ଟିରୁ କୌଣସି ଭୁଲ ପଦକ୍ଷେପ ଗୋପାଳ ନ ନେଉ ଅଧିକରୁ ଅଧିକ ସୁରକ୍ଷା ବଳୟ ସହ ଉଚିତ୍‌ ସୁବିଧା ଦିଆଯିବା ଦିଗରେ ଗୁରୁତ୍ବ ଦିଆଯାଉଛି । ଝାରସୁଗୁଡ଼ା ସବ ଜେଲର ସୁପରିଟେଣ୍ଡ ଏ ଦିଗରେ ଜେଲ ବିଭାଗକୁ ଜଣାଇଥିଲେ ପରେ କୋର୍ଟକୁ ଅନୁରୋଧ କରିଛନ୍ତି । ଏନେଇ କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାର୍ଯ୍ୟ କରାଯିବ । ଗୋପାଳର ରିମାଣ୍ଡ ଅବଧି ସରିବା ପରେ ସେ ଝାରୁସୁଗୁଡା ସବ ଜେଲକୁ ଯାଇଛି ।

ଏହା ବି ପଢନ୍ତୁ...ଉପକାରାଗାରକୁ ଯିବା ପରେ ପୁଣି କୋର୍ଟରେ ହାଜର ହେଲେ ଗୋପାଳ

ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ଝାରସୁଗୁଡ଼ା ବ୍ରଜରାଜନଗର ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଛି ପୋଲିସ । ଏଭଳି ହତ୍ୟାକାଣ୍ଡ ଭିଆଇଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟୀକରଣ ଦେଇଛି । ତେବେ ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଗୋପାଳର କଥା କେତେ ସତ କେତେ ମିଛ ତାହା ଜାଣିବା ପାଇଁ ତାର ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଟେଷ୍ଟ ମଧ୍ୟ ସରିଛି। ଏନେଇ ଦୁଇ ଥର ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରି ପୁଣି ବିଚାର ବିଭାଗୀୟ ହାଜତକୁ ଯାଇଛି ଗୋପାଳ ଦାସ । ଆଜି ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା । ବୟାନ ରେକର୍ଡ ପାଇଁ କୋର୍ଟକୁ ଆଣାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details