ଖୋର୍ଦ୍ଧା:ବେଗୁନିଆ ଅଞ୍ଚଳରେ ବାପ ପୁଅଙ୍କୁ ଯେଉଁ ଭଳି ଭାବେ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି। ତାହାର ଭିଡିଓ କ୍ଲିପ ଭାଇରାଲ ହେବା ପରେ ପ୍ରଥମେ ବାପା ମାଗୁଣି ନାୟକ ବେଗୁନିଆ ଥାନାକୁ ଆସି ଅଭିଯୋଗ କରିଥିଲେ। ବର୍ତ୍ତମାନ ପୁଅ ଆନନ୍ଦ ନାୟକ ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଛି। ଆନନ୍ଦର ଶରୀର ଦେଖିଲେ ଜଣାପଡୁଛି କିଭଳି ଥିଲା ସେଦିନର ବର୍ବରୋଚିତ ଆକ୍ରମଣ। ଆନନ୍ଦଙ୍କ ପିଠି, ପଞ୍ଜରାହାଡ, ହାତ ସବୁଆଡ଼େ ଭୀଷଣ ଦାଗ ରହିଛି। ଦୀର୍ଘ ଦେଢ଼ ମାସ ଧରି ଆନନ୍ଦ ଘରେ ରହିବା ପରେ ଏବେ ଟିକେ ସୁସ୍ଥ ହୋଇ ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଛି।
ମାଗୁଣି ନାୟକ ମଧ୍ୟ ଅନୁରୂପ ଭାବେ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବା ଲାଗି ଦାବି କରିବା ସଙ୍ଗେ ସଙ୍ଗେ ତାଙ୍କୁ ଧମକ ମିଳୁଛି ବୋଲି କହିଛି । ପୂର୍ବରୁ ମାଗୁଣି ଦେଇଥିବା ଏତଲାରେ ୭ ଜଣଙ୍କ ମଧ୍ୟରୁ ୬ ଜଣ ମାସକ ତଳେ ହୋଇଥିବା ଏକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଯାଇଛନ୍ତି। ହେଲେ ଏହି ସମସ୍ତ ଘଟଣା ମାନବବାଦୀ ସଂଗଠନ ବୋଲାଉଥିବା ଏକ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନିର୍ଦ୍ଦେଶରେ ଚାଲିଛି। ଧୀରେ ଧୀରେ ସମସ୍ତ ଘଟଣା ଉପରୁ ପରଦା ହଟୁଛି। ଅତୀତରେ ମାନସ ଦାସଙ୍କ ପାଖରେ ଅନେକ ରାଜନେତା ସରଣାପନ୍ନ ହୋଇଛନ୍ତି। ବର୍ତ୍ତମାନ ମାନସ ଦାସଙ୍କ ଅସଲ ଚରିତ୍ର ପଦାକୁ ଆସିଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।