ଖୋର୍ଦ୍ଧା: ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି । ବାତ୍ୟା ଖୋର୍ଦ୍ଧା ଜିଲ୍ଲାରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ ସୂଚନା ଦେବାପରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାର ସମସ୍ତ ଅଞ୍ଚଳରେ ଏବେ ଧାନ ଫସଲ ଅମଳ ସମୟ ହୋଇଯାଇଥିବା ବେଳେ ଏହାକୁ ଅମଳ କରିପାରିନି ଚାଷୀ । ଏବେବି ଜିଲ୍ଲାର 90 ପ୍ରତିଶତ ଫସଲ କ୍ଷେତରେ ରହିଥିବା ବେଳେ କିପରି ଏହାକୁ ସୁରକ୍ଷା ଦେବ ତା’କୁ ନେଇ ଚିନ୍ତାରେ ପଡିଛି । ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ତରବରିଆ ଭାବେ ଅମଳ ଫସଲକୁ କ୍ଷେତରେ ଘୋଡାଉଥିବା ଦେଖିବାକୁ ମିଳୁଛି । ସେହିପରି ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ବାରମ୍ବାର ବିପର୍ଯ୍ୟୟ ଏବର୍ଷ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବ ବୋଲି ଅନୁମାନ କରାଯାଉଛି ।
Cyclone Jawad Update: ଖୋର୍ଦ୍ଧାରେ ଝିପି ଝିପି ବର୍ଷା, ଗଞ୍ଜାମରେ ଚାଷୀକୂଳ ଜାଳିଲେ ଦୀପ - ଗଞ୍ଜାମ ଅମଳ ଧାନ ଚିନ୍ତା
ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି । ବାତ୍ୟା ଖୋର୍ଦ୍ଧା ଜିଲ୍ଲାରେ ପ୍ରଭାବ ପକାଇବା ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସେପଟେ ଗଞ୍ଜାମରେ ମହିଳା ମାନେ ବାତ୍ୟା ବିପଦକୁ ଏଡାଇବା ପାଇଁ ଗାଁରେ ଦୀପ ଜାଳିଛନ୍ତି । ଅଧିକ ପଢନ୍ତୁ

ସେହିପରି ଗଞ୍ଜାମ ଜିଲ୍ଲାର ଚାଷୀକୂଳ ଏକପ୍ରକାର ଚିନ୍ତିତ ହୋଇପଡିଥିବା ବେଳେ ବାତ୍ୟା ବିପଦକୁ ଏଡାଇବା ପାଇଁ ଜିଲ୍ଲାରେ ଚାଷୀ ଘରର ମହିଳା ମାନେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ବାତ୍ୟା ବିପଦକୁ ଗଞ୍ଜାମ ଜିଲ୍ଲାରୁ ଏଡ଼ାଇବା ପାଇଁ ଚାଷୀ ଘର ତଥା ମହିଳା ମାନେ ଗାଁ ଶେଷରେ ଦୀପ ପ୍ରଜ୍ବଳନ କରିଛନ୍ତି । ସରକାରଙ୍କ ସତର୍କତା ଘୋଷଣା ପରେ ବର୍ଷ ତମାମ କଷ୍ଟ ଅର୍ଜିତ ସୁନାର ଫସଲ ଅମଳ ସମୟରେ ଏଭଳି ବନ୍ୟା ବାତ୍ୟା ବିତ୍ପାତ ଘଟାଇ ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଉଥିବାରୁ ପୂଜାର୍ଚ୍ଚନା କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଚାଷୀ ମାନେ ଅନେକ କ୍ଷତି ସହୁଛନ୍ତି । ଏହି ବର୍ଷ ମଧ୍ୟ ଅମଳ ସମୟରେ ପୁଣି ଏକ ବାତ୍ୟା ଓଡିଶାର ଅତି ନିକଟରେ ଥିବାରୁ କାହାର ଯେପରି କିଛି କ୍ଷତି ନକରୁ ଏବଂ ଧାନ କାଟିବା ସହ ଅମଳର ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗାଁର ମହିଳାଙ୍କ ଅଭିନବ ପ୍ରୟାସ । ଗାଁ ସମ୍ମୁଖରେ ଧାଡ଼ିକି ଧାଡ଼ି ଦୀପ ପ୍ରଜ୍ବଳନ କରୁଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ