ଓଡିଶା

odisha

ETV Bharat / state

କୋଭିଡ କଟକଣା ମାନି ଧାନ ବିକିବେ ଚାଷୀ

ରାଜ୍ୟ ସରକାର ୨୦୨୦-୨୧ ଲାଗି ଖରିଫ ଧାନ ସଂଗ୍ରହ ନୀତିରେ ମୋହର ମାରିଛନ୍ତି । ଚଳିତ ବର୍ଷ ପ୍ରତି ସମବାୟ ସମିତିରେ କୋଭିଡ ଗାଇଡ଼ଲାଇନ ଅନୁସାରେ ଧାନ ସଂଗ୍ରହ କରାଯିବା ନେଇ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ । ଅଧିକ ପଢନ୍ତୁ...

By

Published : Nov 17, 2020, 2:17 PM IST

Farmers will sell paddy in compliance with covid guideline: district supply officer
କୋଭିଡ କଟକଣା ମାନି ଧାନ ବିକିବେ ଚାଷୀ: ଯୋଗାଣ ଅଧିକାରୀ

ଖୋର୍ଦ୍ଧା: ରାଜ୍ୟ ସରକାର ୨୦୨୦-୨୧ ଲାଗି ଖରିଫ ଧାନ ସଂଗ୍ରହ ନୀତିରେ ମୋହର ମାରିଛନ୍ତି । ଏଥିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ମିଳିବା ନେଇ କୁହାଯାଇଥିବାବେଳେ ଜିଲ୍ଲା ଯୋଗାଣ ବିଭାଗ କେବେ ଧାନ ସଂଗ୍ରହ କରିବ ତା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି । ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶସ୍ୟ ସଂଗ୍ରହ କମିଟି ବୈଠକରେ ଚାଷୀ କେବେ ଧାନ ବିକ୍ରି କରିବ ଏବଂ ଲକ୍ଷ୍ୟ ଧାର୍ଯ୍ୟର ଚୂଡ଼ାନ୍ତ ନିଷ୍ପତି ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ସ୍ବାଇଁ କହିଛନ୍ତି ।

କୋଭିଡ କଟକଣା ମାନି ଧାନ ବିକିବେ ଚାଷୀ: ଯୋଗାଣ ଅଧିକାରୀ

ସେହିପରି ଗତବର୍ଷ ଜିଲ୍ଲାବ୍ୟାପୀ ୩୯ ହଜାର ୧୭୯ ଚାଷୀଙ୍କ ଠୁ ୧୪ ଲକ୍ଷ ୮୩ ହଜାର ୯୧୩ କୁଇଣ୍ଟାଲ ଖରିଫ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଜଳବାୟୁ ଭଲ ଥିବାରୁ ଧାନ ସଂଗ୍ରହ ପରିମାଣ ବୃଦ୍ଧି ପାଇବା ନେଇ ଆଶା କରିଛନ୍ତି ।

ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଜିଲ୍ଲାର ୧୩୯ ସମବାୟ ସମିତିରେ ମୋଟ ୪୪୬୪୯ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସେଥିରେ ୧୭୮୫ ଜଣ ଭାଗଚାଷୀ ରହିଛନ୍ତି । କିନ୍ତୁ ଚଳିତ ବର୍ଷ ପ୍ରତି ସମବାୟ ସମିତିରେ କୋଭିଡ ଗାଇଡ଼ଲାଇନ ଅନୁସାରେ ଧାନ ସଂଗ୍ରହ କରାଯିବା ନେଇ କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details