ଓଡିଶା

odisha

ETV Bharat / state

ମାନ ନିରୂପଣ ଆଳରେ ଧାନ କିଣୁନି ସମବାୟ ସମିତି, ଚାଷୀଙ୍କ ହୋ ହାଲ୍ଲା - ବାଲିପାଟଣା ତୁରିନ୍ତିରାରେ ଚାଷୀ ଅସନ୍ତୋଷ

ଧାନର ମାନ ନିରୂପଣକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀମାନେ ସେବା ସମବାୟ ସମିତି ଆଗରେ ହୋ ହାଲ୍ଲା କରୁଥିବା ଖବର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ମାନ ନିରୁପଣ ଆଳରେ ଧାନ କିଣୁନି ସମବାୟ ସମିତି, ଚାଷୀଙ୍କ ହୋ ହାଲ୍ଲା
ମାନ ନିରୁପଣ ଆଳରେ ଧାନ କିଣୁନି ସମବାୟ ସମିତି, ଚାଷୀଙ୍କ ହୋ ହାଲ୍ଲା

By

Published : Jan 18, 2022, 8:14 PM IST

ନିଆଳି:ଧାନର ମାନ ନିରୂପଣକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଚାଷୀମାନେ ସେବା ସମବାୟ ସମିତି ଆଗରେ ହୋ ହାଲ୍ଲା କରୁଥିବା ଖବର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ତୁରିନ୍ତିରା ସେବା ସମବାୟ ସମିତି ଧାନ ମଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସରକାର ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣି ମିଲର୍ସଙ୍କୁ ଦେବାର ନିୟମ ରହିଛି । ମାତ୍ର FAQ ମାନର ଧାନକୁ ନେଇ ଚାଷୀଙ୍କ ପକ୍ଷରୁ ବିରୋଧ କରାଯାଉଛି ।

ମାନ ନିରୁପଣ ଆଳରେ ଧାନ କିଣୁନି ସମବାୟ ସମିତି, ଚାଷୀଙ୍କ ହୋ ହାଲ୍ଲା
ବାତ୍ୟା ଜଓ୍ବାଦ ପ୍ରଭାବରେ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି । କ୍ଷତି ଭରଣା କରିବାକୁ ଯାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଷୀ କିଛି ଧାନ ଅମଳ କରିଛନ୍ତି । କିନ୍ତୁ ସରକାର ଓ RMC ପକ୍ଷରୁ FAQ ମାନର ଧାନ କ୍ରୟ ପାଇଁ ଲକ୍ଷ୍ଯ ଧାର୍ଯ୍ୟ କରିଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡ଼ିଛି । ଅମଳ ସମୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି ।

ମାନ ନିରୂପଣ ଆଳରେ ସରକାର ଚାଷୀମାନଙ୍କ ଧାନ କ୍ରୟ କରୁନଥିବା ଅଭିଯୋଗ ହୋଇଛି । ଚାଷୀମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ତାସହ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କହିଛନ୍ତି ଅସନ୍ତୁଷ୍ଟ ଚାଷୀ । ସେପଟେ ମଣ୍ଡିରେ ଧାନ ପଡ଼ିଛି ରହିଛି ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସମିତିର ସଭାପତି କହିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details