ଖୋର୍ଦ୍ଧା: ବଡ଼ବେରଣା ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବାଦ ପଡିଥିବା ଚାଷୀମାନେ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ପୂର୍ବରୁ ବଡ଼ବେରଣା ସେବା ସମବାୟ ସମିତିର ଶତାଧିକ ଚାଷୀ ଏ ସମ୍ପର୍କରେ ବାଘମାରୀ କଣ୍ଟିଲୋ ୪୭ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ ମଧ୍ୟ ପ୍ରଶାସନ କେବଳ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିଥିଲା ।
ପଞ୍ଜିକରଣ ଦାବିରେ ଜିଲ୍ଲାପାଳ ଅଫିସ ସାମନାରେ ଚାଷୀଙ୍କ ଧାରଣା
ଖୋର୍ଦ୍ଧା ବଡ଼ବେରଣା ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବାଦ ପଡିଥିବା ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...
ପଞ୍ଜିକରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା
କିନ୍ତୁ ଚାଷୀଙ୍କ ନାମ ଚଳିତ ଖରିଫ ଋତୁରେ କିପରି ପଞ୍ଜିକରଣ ହେବ ତା’ର କୌଣସି ସମାଧାନ ହୋଇପାରିନଥିଲା । ଏହା ପ୍ରତିବାଦରେ ଆଜି ବଡ଼ବେରଣା ସମବାୟ ସମିତିର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେହିପରି ବଡ଼ବେରଣା ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଚଳିତ ଖରିଫ ଋତୁରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ କରାଇବା ଦାବିରେ ଧାରଣା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ