ଖୋର୍ଦ୍ଧା:ଚାଷୀର ପିଛା ଛାଡ଼ୁନି ସମସ୍ୟା । କେତେବେଳେ ଚକଡ଼ା ପୋକ ତ ଆଉ କେତେବେଳେ ଲଘୁଚାପଜନିତ ଲଗାଣ ବର୍ଷା । ଏହାରି ଭିତରେ ସୁନାର ଫସଲ ଉଜୁଡି ଯାଇଛି । ବିଲ ଭିତରେ ବର୍ଷକର ଅମଳ ଗଜା ହୋଇ ଉଜୁଡି ଯାଇଛି । ସେହିଭଳି ଚାଷୀଙ୍କର ବିଭିନ୍ନ ସମସ୍ୟାନେଇ ଆଜି ବୋଲଗଡ଼ରେ ହୋଇଛି ଚାଷୀ ମେଳି ।
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୋଲଗଡ଼ ନନ୍ଦିଘୋଷ ଭବନରେ ଚାଷୀ ମେଳି କରାଯାଇ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ଭରଣା, କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସହାୟତା,ଚାଷୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ଅଭିଯୋଗ ଶୁଣାଣି ଭଳି ଦଶ ଦଫା ସମ୍ବଳିତ ଦାବିପତ୍ର ବୋଲଗଡ଼ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।