ଖୋର୍ଦ୍ଧା: ଆସୁନି ଟାର୍ଗେଟ ଖୋଲୁନି ମଣ୍ଡି , ଆଉ ଏହାରି ଭିତରେ ଦହଗଞ୍ଜ ହେଉଛନ୍ତି ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ କରିଥିବା ଚାଷୀ । ନିଜ କଷ୍ଟ ଅର୍ଜିତ ଫସଲକୁ ସରକାର ଖୋଲିଥିବା ମଣ୍ଡିରେ ବିକି ନପାରିବାରୁ ଆଜି ବାଧ୍ୟହୋଇ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ସୁଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ସେବା ସମବାୟ ସମିତିର ଚାଷୀମାନେ ଟୋକାନ ଥାଇ ମଧ୍ୟ ଟାର୍ଗେଟ ଆସୁନଥିବା କାରଣରୁ ସରକାରଙ୍କୁ ଧାନ ବିକ୍ରି କରି ପାରୁନାହାନ୍ତି ।
ମଣ୍ଡି ସମସ୍ୟା ନେଇ ସମବାୟ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ସେବା ସମବାୟ ସମିତିର ଚାଷୀମାନେ ଟୋକାନ ଥାଇ ମଧ୍ୟ ସରକାର ଖୋଲିଥିବା ମଣ୍ଡିରେ ଧାନ ବିକି ନପାରିବାରୁ ବାଧ୍ୟ ହୋଇ ସମବାୟ ସମିତି କାର୍ଯ୍ୟାଳରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...
ମଣ୍ଡି ସମସ୍ୟା ନେଇ ସମବାୟ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଚାଷୀମାନେ ଏସମ୍ପର୍କରେ ବାରମ୍ବାର ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇ ନିରାଶ ହେବାପରେ ଶେଷରେ ସମବାୟ ସମିତି କାର୍ଯ୍ୟାଳୟକୁ ତାଲା ପକାଇଥିଲେ । ସେହିପରି ଧାନ ସରକାର ନକିଣିଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବାପାଇଁ ଚେତାବନୀ ଦେଇଛନ୍ତି ଚାଷୀ ସମୂହ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ