ଓଡିଶା

odisha

By

Published : Mar 18, 2021, 5:48 PM IST

ETV Bharat / state

ଧାନର ଅଭାବି ବିକ୍ରି ପ୍ରତିବାଦରେ ଚାଷୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା ଜିଲ୍ଲା ପିଚୁକୁଳି ସେବା ସମବାୟ ସମିତିରେ ଚାଷୀଙ୍କ ଧାନବିକ୍ରି ନ ହେବାରୁ ଅମରଣ ଅନଶନରେ ଚାଷୀ । ଅଧିକ ପଢନ୍ତୁ...

ଚାଷୀଙ୍କ ଆମରଣ ଅନଶନ
ଚାଷୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା:ସମାଧାନ ହୋଇପାରୁନି ଚାଷୀ ସମସ୍ୟା । ଖୋର୍ଦ୍ଧାରେ ଧାନ ବିକ୍ରି ନ କରି ପାରି ଚିନ୍ତାରେ ଶହ ଶହ ଚାଷୀ । ଧାନର ଅଭାବି ବିକ୍ରି ପ୍ରତିବାଦରେ ଆମରଣ ଅନଶନରେ ଚାଷୀ ।

ଚାଷୀଙ୍କ ଆମରଣ ଅନଶନ

ଜିଲ୍ଲାର ପିଚୁକୁଳି ସେବା ସମବାୟ ସମିତିରେ ଧାନବିକ୍ରି ପାଇଁ 504 ଜଣ ଚାଷୀଙ୍କର ନାମ ପଞ୍ଜିକରଣ ହୋଇଛି । 21 ହଜାର 855 କ୍ବୁଣ୍ଟାଲ ଧାନ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କେବଳ 13ହଜାର 555 କ୍ବୁଣ୍ଟାଲ ଧାନ ସରକାର କିଣିଛନ୍ତି । ଏପଟେ ଟାର୍ଗେଟ ଅନୁସାରେ ଧାନ ବିକ୍ରି ନ ହେବାରୁ ଟୋକନ ଲାପ୍ସ କରିଯାଉଛି । ଏବେ ବି ଖରାରେ ପଡି ରହିଛି ଚାଷୀଙ୍କ ବସ୍ତାବସ୍ତା ଧାନ । ଧାନ ବିକ୍ରି ନ କରି ପାରି ଚିନ୍ତାରେ ରହିିଛି ଚାଷୀ ।

ଏନେଇ ଯୋଗାଣ ଅଧିକାରୀଙ୍କୁ ଚାଷୀମାନେ ବାରମ୍ବାର ଗୁହାରି କରିଥିଲେ ବି ଯୋଗାଣ ଅଧିକାରୀ ଚାଷୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଧାନ ବିକ୍ରି ନେଇ ମଣ୍ଡିରେ ସମସ୍ୟା ଲାଗି ରହିଥିବାରୁ ସମବାୟ ସମିତି ସମ୍ମୁଖରେ ଅନଶନ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଚାଷୀଙ୍କର ଆମରଣ ଅନଶନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details