ଖୋର୍ଦ୍ଧା: ବୋଲଗଡ ବ୍ଳକ ଗର୍ଭଣୀପଡା ସେବା ସମବାୟ ସମିତିରେ ଧାନ ମଣ୍ଡିରେ ପଡିରହିଥିବା ହଜାର ହଜାର ବସ୍ତା ଧାନକୁ କ୍ରୟ କରିବା ଦାବିରେ ଚାରିଦିନ ଧରି ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି । ଯୋଗାଣ ବିଭାଗ ଅଧିକାରୀ ସହ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଣ୍ଡିରେ ଥିବା ଚାଷୀଙ୍କ ସମସ୍ତ ଧାନ ମିଲର ଉଠାଇବାକୁ ନେଇ ଆଲୋଚନା ହୋଇଥିଲା । ପରେ ସମବାୟ ସମିତି ପକ୍ଷରୁ ଟୋକନ ଦେବା ପ୍ରକିୟା ଆରମ୍ଭ ହେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା ।
ଧାନକିଣା ପ୍ରତିଶ୍ରୁତି ପରେ ଚାଷୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ - ଧାନକିଣା ପ୍ରତିଶ୍ରୁତି ପରେ ଚାଷୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ
ବୋଲଗଡ ବ୍ଳକ ଗର୍ଭଣୀପଡା ସେବା ସମବାୟ ସମିତିରେ ଧାନ ମଣ୍ଡିରେ ପଡିରହିଥିବା ହଜାର ହଜାର ବସ୍ତା ଧାନକୁ କ୍ରୟ କରିବା ଦାବିରେ ଚାରିଦିନ ଧରି ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି । ତେବେ ସମବାୟ ସମିତି ପକ୍ଷରୁ ଟୋକନ ଦେବା ପ୍ରକିୟା ଆରମ୍ଭ ହେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଅଧିକ ପଢନ୍ତୁ....
ଧାନକିଣା ପ୍ରତିଶ୍ରୁତି ପରେ ଚାଷୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ
ସୂଚନା ଥାଉକି ଗର୍ଭଣୀପଡା ସେବା ସମିତିରେ ୫୧୪ ଜଣ ଚାଷୀଙ୍କ ୨୧ହଜାର ୫ ଶହ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ଫେବୃଆରୀ ୧୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୧୦ ଜଣ ଚାଷୀଙ୍କ ୪୫୯୧ କୁଇଣ୍ଟାଲ ଧାନ ବିକ୍ରି ପାଇଁ ମୋବାଇଲକୁ ଟୋକନ ଆସିଥିଲା । କିନ୍ତୁ ଟାର୍ଗେଟ ନାହିଁ କହି ସମବାୟ ସମିତି ଟୋକନ ଦେଉନଥିବା ଫଳରେ ଚାଷୀମାନେ ସମବାୟ ସମିତିରେ ତାଲା ପକାଇ ଆମରଣ ଅନଶନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ