ଖୋର୍ଦ୍ଧା: ଜିଲ୍ଲାରେ ଧାନ ନ ଉଠିବାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ସମବାୟ ସମିତିରେ ଚାଷୀଙ୍କ ଧାନ ସରକାର ନକିଣିବା ପ୍ରତିବାଦରେ ମଙ୍ଗଳବାର ସକାଳୁ ଧାନ ବସ୍ତା ରଖି କାଢାମଲଠାରେ ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥକୁ ଚାଷୀମାନେ ଅବରୋଧ କରିଛନ୍ତି ।
ଧାନ ନ ଉଠିବା ପ୍ରସଙ୍ଗ: ରାଜପଥ ଅବରୋଧ କଲେ ଚାଷୀ - ଜାତୀୟ ରାଜପଥ
ଖୋର୍ଦ୍ଧା ଜିଲ୍ଲାରେ ଧାନ ନ ଉଠିବା ପ୍ରସଙ୍ଗରେ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...
ଧାନ ନ ଉଠିବା ପ୍ରସଙ୍ଗ: ରାଜପଥ ଅବରୋଧ କଲେ ଚାଷୀ
ସୂଚନା ଅନୁସାରେ ବାଙ୍କୀ ଉପଖଣ୍ଡର ପଣ୍ଡାଳମ ଏବଂ କଢାମଲ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ ସରକାର କିଣୁନଥିବା ଏବଂ ସମ୍ପାଦକଙ୍କୁ ରାତିଅଧିଅ ବଦଳି ପ୍ରତିବାଦରେ ଏହି ରାସ୍ତାରୋକ ହୋଇଥିବା ଚାଷୀ ଜଣାଇଛନ୍ତି । ରାସ୍ତାରୋକ ଫଳରେ ସହ ସହ ସଂଖ୍ୟାରେ ଗାଡି ମଟର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଦେଖାଦେଇଛି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଙ୍କୀ ଏସଡିପିଓ , ବୈଦେଶ୍ୱର ଥାନା ପୋଲିସ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Mar 24, 2021, 12:13 PM IST