ଓଡିଶା

odisha

ETV Bharat / state

‘ବୁଲବୁଲ’ ଭୟ, ଫସଲ ସୁରକ୍ଷା ନେଇ ଚିନ୍ତାରେ ଚାଷୀକୂଳ

ବିଗତ ଦିନରେ ଲଗାଣ ବର୍ଷା ଯୋଗୁଁ ଚାଷୀ ଅନେକ କ୍ଷତି ସହିଛନ୍ତି । ଏବେ ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ପଡିଯାଇଛନ୍ତି ଖୋର୍ଦ୍ଧା ଅଞ୍ଚଳର ଚାଷୀକୂଳ ।

By

Published : Nov 8, 2019, 4:48 PM IST

ଫସଲ ସୁରକ୍ଷିତ ରଖିବା ଚିନ୍ତାରେ ଚାଷୀକୂଳ

ଖୋର୍ଦ୍ଧା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ବୁଲବୁଲ । ଓଡ଼ିଶା ଉପରେ ବୁଲବୁଲର ପ୍ରଭାବ କମ ପଡିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଥିବାବେଳେ ଏହାର ପ୍ରଭାବର ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି । ଯାହାକୁ ଶୁଣିବା ପରେ ଚିନ୍ତାରେ ପଡିଯାଇଛନ୍ତି ଖୋର୍ଦ୍ଧା ଅଞ୍ଚଳର ଚାଷୀକୂଳ ।

ଫସଲ ସୁରକ୍ଷିତ ରଖିବା ଚିନ୍ତାରେ ଚାଷୀକୂଳ

ବିଗତ ଦିନରେ ଲଗାଣ ବର୍ଷା ଯୋଗୁଁ ଚାଷୀ ଅନେକ କ୍ଷତି ସହିଛନ୍ତି । ଅମଳକ୍ଷମ ଫସଲ ପାଣିରୁ ଛାଣି ସୁରକ୍ଷା ଦେଇଥିବା ବେଳେ ବର୍ତମାନ ବାତ୍ୟା ଓ ବର୍ଷା ଭୟ ଘାରିଲାଣି ଚାଷୀଙ୍କୁ । ଫସଲ ଅମଳଯୋଗ୍ୟ ହୋଇଯାଇଥିବାରୁ ସମ୍ଭାବ୍ୟ ବାତ୍ୟା ପାଇଁ ନିଜ ଫସଲକୁ ସୁରକ୍ଷିତ ରଖିବାକୁ ଶସ୍ୟ କାଟି ଆଣୁଥିବା ଦେଖିବାକୁ ମିଳିଛି ।

ଧାନ ଫସଲ ଆଉ କିଛିଦିନ କ୍ଷେତରେ ରହିବାର ଆବଶ୍ୟକତା ଥିବାବେଳେ ବର୍ଷା ପବନ ଭୟରେ କଞ୍ଚା ଧାନ ଫସଲକୁ ମଧ୍ୟ କାଟି ଆଣୁଥିବା ଚାଷୀ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details