ଓଡିଶା

odisha

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ଚାଷୀ

By

Published : Mar 16, 2022, 4:43 PM IST

ଚାଷୀର ପିଛା ଛାଡ଼ୁନି ସମସ୍ୟା । ଜମି ଚାଷ ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସମସ୍ୟାରେ ଯୁଝି ହେଉଛି ଚାଷୀ । ଏବେ ଚାଷୀର ଅମଳ ଶସ୍ୟ ବିକ୍ରି ସମୟ ହୋଇଥିବାବେଳେ ପ୍ରଶାସନ ଧାନ କିଣିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଅଧିକ ପଢନ୍ତୁ

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ଚାଷୀ
ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ଚାଷୀ

ଖୋର୍ଦ୍ଧା: ଚାଷୀର ପିଛା ଛାଡ଼ୁନି ସମସ୍ୟା । ଜମି ଚାଷ ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସମସ୍ୟାରେ ଯୁଝି ହେଉଛି ଚାଷୀ । ଏବେ ଚାଷୀର ଅମଳ ଶସ୍ୟ ବିକ୍ରି ସମୟ ହୋଇଥିବାବେଳେ ପ୍ରଶାସନ ଧାନ କିଣିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ।

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ଚାଷୀ

ତେବେ ଖୋର୍ଦ୍ଧାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଏଥିସହ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ । ସମୟ ଗଡ଼ିବା ସହ ଟୋକେନ୍ ଅବଧି ଶେଷ ହୋଇ ଯାଉଛି ।

ସେହିପରି ମିଲର କୁଇଣ୍ଟାଲ ପିଛା 10ରୁ 15 କିଲୋ ଧାନ କାଟୁଥିବାରୁ ଚିନ୍ତାରେ ପଡିଛି ଚାଷୀ। ଫଳରେ ଅଭାବୀ ବିକ୍ରିର ସମ୍ମୁଖିନ ହୋଇଛି ଚାଷୀ । ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦୁଇ ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ପ୍ରତିବାଦ କରାଯାଉଛି ।

ଅନ୍ୟପଟେ ଚାଷୀଙ୍କ ସମସ୍ୟାର ସମାଧାନ କରା ନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ଚାଷୀ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details