ଓଡିଶା

odisha

ETV Bharat / state

ମଣ୍ଡି ସମସ୍ୟା, ସମବାୟ କାର୍ଯ୍ୟାଳୟରେ ଚାଷୀଙ୍କ ତାଲା - farmer protest

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ । ମଣ୍ଡିରେ ଧାନ ବିକ୍ରି କରି ନପାରି ଚାଷୀମାନେ ଏପରି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମଣ୍ଡି ସମସ୍ୟା, ସମବାୟ କାର୍ଯ୍ୟାଳୟରେ ଚାଷୀଙ୍କ ତାଲା
ମଣ୍ଡି ସମସ୍ୟା, ସମବାୟ କାର୍ଯ୍ୟାଳୟରେ ଚାଷୀଙ୍କ ତାଲା

By

Published : Mar 12, 2021, 5:00 PM IST

ଖୋର୍ଦ୍ଧା:ଆସୁନି ଟାର୍ଗେଟ କି ଖୋଲିନି ମଣ୍ଡି । ଫଳସୂରୁପ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ କରିଥିବା ଚାଷୀ ଦହଗଞ୍ଜ ହେଉଛନ୍ତି । ଏଣୁ ନିଜ କଷ୍ଟ ଅର୍ଜିତ ଫସଲକୁ ସରକାର ଖୋଲିଥିବା ମଣ୍ଡିରେ ବିକି ନ ପାରି ବାଧ୍ୟ ହୋଇ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ସେବା ସମବାୟ ସମିତିରୁ ଏହି ଚିତ୍ର ସାମ୍ନାକୁ ଆସିଛି ।

ମଣ୍ଡି ସମସ୍ୟା, ସମବାୟ କାର୍ଯ୍ୟାଳୟରେ ଚାଷୀଙ୍କ ତାଲା

ସୂଚନାଯୋଗ୍ୟ, ବଡବେରଣା ସେବା ସମବାୟ ସମିତିର ଚାଷୀମାନେ ଟୋକନ ଥାଇ ମଧ୍ୟ ଟାର୍ଗେଟ ଆସୁନଥିବା କାରଣରୁ ସରକାରଙ୍କୁ ଧାନ ବିକ୍ରି କରିପାରୁ ନାହାନ୍ତି । ଚାଷୀମାନେ ଏ ସମ୍ପର୍କରେ ବାରମ୍ବାର ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରି ନିରାଶ ହେବା ପରେ ସମବାୟ ସମିତିରେ ତାଲା ପକାଇଥିବା ଜଣାପଡିଛି ।

ସମିତିରେ ମୋଟ 549 ଚାଷୀ ପଞ୍ଜିକରଣ କରିଥିବାବେଳେ 129 ଚାଷୀ ଏବେ ବି ଧାନ ବିକି ନଥିବା ଅଭିଯୋଗ ହୋଇଛି । ସେହିପରି ସରକାର ଧାନ ନ କିଣିଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ଉତ୍ୟକ୍ତ ଚାଷୀ । ତେବେ କେବଳ ଖୋର୍ଦ୍ଧା ଜିଲ୍ଲାରେ ନୁହେଁ ବରଂ ରାଜ୍ୟବ୍ୟାପୀ ମଣ୍ଡି ସମସ୍ୟା ଉଗ୍ର ରୂପ ଧାରଣ କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଟଣାଓଟରା ଲାଗି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details