ଖୋର୍ଦ୍ଧା:ଟାର୍ଗେଟ ଦାବିରେ ଧାରଣାରେ ଚାଷୀ । ଧାନ କ୍ରୟ କେନ୍ଦ୍ର (ପାକ୍ସ) ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉଛି। ମାତ୍ର ଅନେକ ଚାଷୀଙ୍କର ଟୋକନ ମିଆଦ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ରହିଥିବା ନେଇ ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁ୍ର ପାଟଣା ସେବା ସମବାୟ ସମିତି ଲିଃ (ପାକ୍ସ) ର ପଞ୍ଜିକୃତ ଚାଷୀ ମାନେ କହୁଛନ୍ତି। ଏନେଇ ଟୋକନ ମିଆଦି ଶେଷ ହେବା ପୂର୍ବରୁ ତୁରନ୍ତ ଟାର୍ଗେଟ ଆସିବା ଦାବିରେ ଆଜି ଧାନ କ୍ରୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ । ଯଦି ଆଜି ଟାର୍ଗେଟ ନ ଆସିବ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ମାନଙ୍କ ସହିତ ପାକ୍ସର ପରିଚାଳନା ପରିଷଦ ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ଚେତାବନୀ ଦେଇଛନ୍ତି। ସେହିପରି ଅନ୍ୟପଟେ ଟାର୍ଗେଟ ଦେବା ପାଇଁ ଖୋର୍ଦ୍ଧା ସିଏସଓଙ୍କୁ ସାକ୍ଷାତ କରି ସଭାପତି ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ ।
ତେବେ ସୂଚନା ଅନୁଯାୟୀ, ଶ୍ରୀଚନ୍ଦନପୁର ସମବାୟ ସମିତିର ଧାନ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜିକୃତ କରିଥିବା ଚାଷୀ ମାନଙ୍କ ମଧ୍ୟରୁ 147 ଜଣ ଚାଷୀଙ୍କ ପାଇଁ ଆବଶ୍ୟକତା 4 ହଜାର 33 କ୍ୟୁଣ୍ଟାଲର ଟାର୍ଗେଟ ଦରକାର । ଏମାନଙ୍କ ମଧ୍ୟରେ ଗତ ଜାନୁଆରୀ ମାସ 24 ତାରିଖରେ 14ଜଣ ଚାଷୀଙ୍କର 6ଶହ 74 କ୍ୟୁଣ୍ଟାଲ ,26 ତାରିଖ ର 37ଜଣ ଚାଷୀ ଙ୍କ ର 1163 କ୍ୟୁଣ୍ଟାଲ, 31 ତାରିଖ ର 52ଜଣ ଚାଷୀଙ୍କ ପାଇଁ 1163 କ୍ୟୁଣ୍ଟାଲ , ଫେବୃଆରୀ 2 ତାରିଖର 42ଜଣଙ୍କ ପାଇଁ ଏକ ହଜାର କ୍ୟୁଣ୍ଟାଲ , 7ତାରିଖ ର ଜଣେ ଚାଷୀଙ୍କ ପାଇଁ 8 କ୍ୟୁଣ୍ଟାଲ ଏବଂ 16 ତାରିଖ ର ଜଣେ ଚାଷୀଙ୍କ ପାଇଁ 25 କ୍ୟୁଣ୍ଟାଲ ଧାନ ଏହି ପାକ୍ସ ର ମଣ୍ଡି ରେ ଧାନ କ୍ରୟ କରାଯିବ ବୋଲି ଟୋକନ ମେସେଜ ଆସିଥିଲା ।