ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନ (Padmapur Bypoll) ପୂର୍ବରୁ ଚାଷୀଙ୍କ ଫସଲ ବୀମା ନେଇ ରାଜ୍ୟ ରାଜନୀତି ସରଗରମ । ଆସନ୍ତା ୨୦୨୩ ଶେଷ ସୁଦ୍ଧା ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଏବେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ପଦ୍ମପୁରରୁ ଭୋଟ ହାତେଇବାକୁ ଉଭୟ ବିଜେଡି ବିଜେପିର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା । ପଦ୍ମପୁର ଏକ ଜିଲ୍ଲା ହେଉ ହେଲେ ଭୁବନେଶ୍ବରକୁ ଜିଲ୍ଲା କରିବା ପାଇଁ ଦୀର୍ଘବର୍ଷ ହେବ ଦାବି ହୋଇଆସୁଛି । ଯଦି କରିବେ ସମସ୍ତ ଦାବି ପୂରଣ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ଦାବି କରିଛନ୍ତି ।
ବିଶେଷକରି ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ସମର୍ଥନ ହାତେଇବାକୁ ଯେଉଁଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି । ପଦ୍ମପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଏବେ କଂଗ୍ରେସ ଏହାକୁ ସମାଲୋଚନା କରିଛି । ଏ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, " ଚାଷୀ ଓ ଜିଲ୍ଲା ପ୍ରସଙ୍ଗରେ ବିଜେଡି ଡ୍ରାମା କରୁଛି । ଚାଷୀଙ୍କ ସହ ଖେଳୁଛନ୍ତି ସରକାର । ନାମାଙ୍କନ ନେଇ ବିଜେପି ଡ୍ରାମା କରୁଛି । ଚାଷୀଙ୍କ ପାଇଁ ବିଜେପିର ହୃଦୟ ଫାଟି ପଡୁଛି କାନ୍ଦିକାନ୍ଦି ଗାମୁଛା ଓଦା, ବିଜେଡି ମଧ୍ୟ ଚାଷୀଙ୍କ ପାଇଁ ଅଚେତ ହୋଇପଡୁଛି । ଉଭୟ ଚାଷୀଙ୍କୁ ନେଇ ରାଜନୀତି କରୁଛନ୍ତି ।"