ଖୋର୍ଦ୍ଧା: ବର୍ଷେ ହେବ ଫସଲବୀମା ସହାୟତା ରାଶି ପାଇନାହାଁନ୍ତି 57 ଜଣ ଚାଷୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗାଁର ପ୍ରାଥମିକ କୃଷିସେବା ସମବାୟ ସମିତିରୁ ବିଗତ ବର୍ଷ ଖରିଫ ଧାନ ଚାଷ ପାଇଁ ଋଣ ଆଣିଥିଲେ ବହୁ ଚାଷୀ । ବାତ୍ୟା ଫନି ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । କିଛି ଚାଷୀ କ୍ଷତିପୂରଣ ପାଇଛନ୍ତି । କନ୍ତୁ ଯେଉଁ ଚାଷୀ ଏଥିରୁ ବଞ୍ଚିତ ଅଛନ୍ତି ସେମାନେ କ୍ଷତିପୂରଣ ଦାବି କରିଛନ୍ତି ।
ମିଳୁନି ଫସଲବୀମା, ଆମରଣ ଅନଶନରେ 57 ଚାଷୀ - ଖୋର୍ଦ୍ଧା ଚାଷୀଙ୍କ ଆମରଣ ଅନଶନ
ଖୋର୍ଦ୍ଧା ବୋଲଗଡ ବ୍ଳକ 57 ଚାଷୀଙ୍କୁ ତୁରନ୍ତ କ୍ଷୟକ୍ଷତି ଜନିତ ଶସ୍ୟବୀମା ସହାୟତା ରାଶି ଯୋଗାଇ ଦେବାକୁ ଚାଷୀମାନେ ଦାବି କରି ସମବାୟ ସମିତି ସାମନାରେ ଆମରଣ ଅନଶନରେ ବସିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଚାଷୀମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ବିଧାୟକ, ନେତା ସମସ୍ତଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ ସବୁଥର ନିରାଶ ହୋଇ ଫେରିବା ପରେ ଆଜି ପୁଣି ଅସରଳା ସେବା ସମବାୟ ସମିତି ଆଗରେ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ