ଓଡିଶା

odisha

ETV Bharat / state

ଧାନ ବିକ୍ରି ପଞ୍ଜୀକରଣରୁ ନାଁ ବାଦ ପଡିବା ନେଇ ଚାଷୀଙ୍କ ରାସ୍ତାରୋକ

ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବହୁ ଚାଷୀଙ୍କ ନାମ ବାଦ ପଡିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ । ସେହିପରି ଏହି ସମବାୟ ସମିତିରେ ସାର ଦୁର୍ନୀତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

By

Published : Sep 20, 2021, 3:17 PM IST

ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବହୁ ଚାଷୀଙ୍କ ନାମ ବାଦ ପଡିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ
ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବହୁ ଚାଷୀଙ୍କ ନାମ ବାଦ ପଡିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ

ଖୋର୍ଦ୍ଧା: ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବହୁ ଚାଷୀଙ୍କ ନାମ ବାଦ ପଡିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ । ବେଗୁନିଆ ବ୍ଲକ ବଡ଼ବେରଣା ସମବାୟ ସମିତି ମାଧ୍ୟମରେ ଚାଷୀ ଖରିଫ ଧାନ ୨୦୨୧-୨୨ ମସିହାରେ ବିକ୍ରୟ କରିବା ପାଇଁ ନାମ ପଞ୍ଜୀକୃତ କରିବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ଦେଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଆବେଦନ କରିଥିବା ପ୍ରାୟ ୬୪୫ ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର ୪୧୭ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ୨୨୮ଜଣ ଚାଷୀ ବାଦ ପଡିଛନ୍ତି । ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବହୁ ଚାଷୀଙ୍କ ନାମ ବାଦ ପଡିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ

ସେହିପରି ଏହି ସମବାୟ ସମିତିରେ ସାର ଦୁର୍ନୀତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ଓ ଚାଷୀମାନଙ୍କ ନାମ ପଞ୍ଜୀକୃତ କରିବା ପାଇଁ ସେମାନେ ସମବାୟ ସଚିବ ଭୁବନେଶ୍ବର, ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ବେଗୁନିଆ ତହସିଲଦାର ଏବଂ ବି.ଡି.ଓ ଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ । ଚାଷୀମାନେ ନିରାଶ ହୋଇ ଶେଷରେ ଆଜି (ସୋମବାର) ଖୋର୍ଦ୍ଧା-କଣ୍ଟିଲୋ ରାଜ୍ୟ ରାଜପଥର ବଡ଼ବେରଣା ଠାରେ ରାସ୍ତାରୋକ କରିଛନ୍ତି ।

ସେପଟେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟରେ ରଖି ବେଗୁନିଆ ପୋଲିସ ପକ୍ଷରୁ ଏକ ସେକ୍ସନ ଫୋର୍ସ ମୁତୟନ କରାଯାଇଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details