ଓଡିଶା

odisha

ETV Bharat / state

ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କଲା କେନ୍ଦୀୟ ଟିମ୍ - କେନ୍ଦୀୟ ଟିମ୍

ବାତ୍ଯା ଫନି ପରେ କେନ୍ଦ୍ରିୟ ଟିମ୍ କରିଛି ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ । ରାଜ୍ୟ ସରକାରଙ୍କ ରିପୋର୍ଟର ସମୀକ୍ଷା କରିବା ସହ ପୁନର୍ବାର ପୁରୀ ଯାଇ ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍ ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

By

Published : Jun 21, 2019, 9:32 PM IST

ଭୁବନେଶ୍ବର: ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟିମ କରିଛି ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ଆଲୋଚନା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହି ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ବାତ୍ୟା ପରେ ପ୍ରଥମେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଫନି ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ବୁଲି ଦେଖିଥିଲେ। ସେତେବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବା ସହ 5227 କୋଟି ଟଙ୍କାର ଚୁଡାନ୍ତ ରିପୋର୍ଟ ପ୍ରଦାନ କରିଥିଲା । ଚୂଡ଼ାନ୍ତ ରିପୋର୍ଟର ତର୍ଜମା କରିବା ପାଇଁ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଏକ ଟିମ୍ ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଆଲୋଚନା କରିଛନ୍ତି। ପ୍ରଥମେ ଟିମ୍ ପୁରୀ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲା । ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପରେ ସରକାର ଦେଇଥିବା ରିପୋର୍ଟର ତର୍ଜମା କରିଛନ୍ତି। ବିଶେଷ କରି ବାତ୍ୟା ପରଠୁ କେତେ ପୁନରୁଦ୍ଧାର କାର୍ଯ୍ୟ ହୋଇଛି ତାର ସମୀକ୍ଷା ମଧ୍ୟ କରିଛି ଏହି 11 ଜଣିଆ ଟିମ୍ ।

କେନ୍ଦ୍ରୀୟ ସଂସ୍ଥା ପ୍ରଥମେ ସରକାର ସହ ଆଲୋଚନା କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରଣାଳୟକୁ ଦେବ । ଏହି ରିପୋର୍ଟ ଉଚ୍ଚ ସ୍ତରୀୟ କମିଟିର ଅନୁମୋଦନ ଲାଭ କରିବ । ଏହା ପରେ ଅର୍ଥ, ଗୃହ ଓ କୃଷି ମନ୍ତ୍ରୀ ରିପୋର୍ଟର ତର୍ଜମା କରି ଅନୁମୋଦନ କରିବେ ବୋଲି ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାମଦର୍ଶୀ ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details