ଖୋର୍ଦ୍ଧା:ଯେଉଁ ବୟସରେ ମାଆର ପଣତକାନି ଧରି ବାଟ ଚାଲିବା କଥା ସେହି ବୟସରେ ମାଆର ଫଟୋକୁ ଧରି ଲୁହ ଝରାଉଛନ୍ତି ଦୁଇ ପୁଅ । ମାଆକୁ ଖୋଜି ଆଣିବା ପାଇଁ ନିବେଦନ କରୁଛନ୍ତି ଦୁଇ ପୁଅ । ନିଖୋଜ ମହିଳା ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗ୍ରାମର ସବିତା ସେଠୀ । ସ୍ୱାମୀ ଦୁଇ ପିଲାଙ୍କୁ ଧରି ଖୋଜି ଖୋଜି ନାକେଦମ ହେଲେଣି । ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରିନାହାନ୍ତି ସବିତା ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗ୍ରାମର ସରୋଜ ସେଠୀ ୨୦୧୧ ମସିହା ମାର୍ଚ୍ଚ ମାସରେ ବାଦବାରବାଟୀ ଗ୍ରାମର ବିଜୟ କୁମାର ସେଠୀଙ୍କ ଝିଅ ସବିତା ସେଠୀଙ୍କୁ ବୈଦିକ ନୀତିରେ ବିବାହ କରିଥିଲେ । ସରୋଜ ପୁରୀରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ସବିତା ହଠାତ ଡିସେମ୍ବର ୨୯ ତାରିଖ ଦିନ ସାଢେ ୫ଟାରେ କେଉଁ ଆଡେ ନିଖୋଜ ହୋଇଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ ସବିତାଙ୍କ ଭାଇ ଓ ସରୋଜ ।
ଏହା ମଧ୍ୟ ପଢନ୍ତୁ: Amazon lay-off: ଛଟେଇ କରିବ ଆମାଜନ, 18 ହଜାର କର୍ମଚାରୀ ହରାଇବେ ଚାକିରି