ଖୋର୍ଦ୍ଧା:ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଅର୍ଥ ହଡପ । ଜିଆରଏସ ଓ ଜେଇ ଲକ୍ଷାଧିକ ଟଙ୍କା ବିଲ କରିନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ ମହିଳା ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ସରପଞ୍ଚଙ୍କ ଜାଲ ଦସ୍ତଖତ କରି ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଓ ଜେଇ ମନରେଗା ଓ ସୋପିଟ୍ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବିଲ୍ କରାଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତି ବିରୁଦ୍ଧରେ ମାଣିବନ୍ଧ ସରପଞ୍ଚ ସୁନନ୍ଦା ବରାଳ, ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସରକାର ମହିଳାମାନଙ୍କ ସଶକ୍ତିକରଣ କରିବା ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ଯବସ୍ଥା କରିଛନ୍ତି । ଯାହାକୁ ମୋହରା କରି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ସରକାରୀ ଅର୍ଥ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଛି । ସରପଞ୍ଚଙ୍କ ଅଜାଣତରେ ତାଙ୍କ ଫାଇଲ ଖୋଲି ତାଙ୍କ ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଡିସେମ୍ବର ୬ ତାରିଖରୁ ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବୋଲଗଡ଼ ବିଡିଓ ଓ ବେଗୁନିଆ ପୋଲିସକୁ ଅଭିଯୋଗ କରିଛନ୍ତି ସରପଞ୍ଚ । ହେଲେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।
ଏହା ମଧ୍ୟ ପଢନ୍ତୁ...ପୌର ଅଧିକାରୀଙ୍କ ଜାଲ ଦସ୍ତଖତରେ କର୍ମଚାରୀଙ୍କୁ ଫସାଇବା ଉଦ୍ୟମ