ଓଡିଶା

odisha

By

Published : Jun 30, 2023, 11:01 PM IST

ETV Bharat / state

ସୋସିଆଲ ମିଡିଆରେ ହାସ୍ୟ ଅଭିନେତାଙ୍କ ମୃତ୍ୟୁ ପୋଷ୍ଟ, ସାଇବର ଥାନାରେ ପହଞ୍ଚିଲେ ଗୁଡୁ

ବଞ୍ଚିଥାଉ ଥାଉ ଥାଉ ଓଲିଓଡ଼ର ଜଣାଶୁଣା ହାସ୍ୟ ଅଭିନେତା ଗୁଡୁଙ୍କ ମୃତ୍ୟୁ ଗୁଜବ ପ୍ରସାର ହୋଇଛି। ଯାହାକୁ ନେଇ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଗୁଡୁ। ଅଧିକ ପଢନ୍ତୁ

ସାଇବର ଥାନାର ଦ୍ବାରସ୍ଥ ହେଲେ ଗୁଡୁ
ସାଇବର ଥାନାର ଦ୍ବାରସ୍ଥ ହେଲେ ଗୁଡୁ

ସାଇବର ଥାନାର ଦ୍ବାରସ୍ଥ ହେଲେ ଗୁଡୁ

ଭୁବନେଶ୍ବର:ବଞ୍ଚିଥାଉ ଥାଉ ଥାଉ ଫେସବୁକ ପୋଷ୍ଟରେ ଓଲିଓଡ଼ର ଜଣାଶୁଣା ହାସ୍ୟ ଅଭିନେତାଙ୍କ ମୃତ୍ୟୁ ନେଇ ଗୁଜବ ପ୍ରକାଶ ପାଇଛି। ଆଜି 'My Odisha' ନାମକ ଏକ ଫେସବୁକ ପେଜରେ ଓଡ଼ିଆ ଅଭିନେତା ଗୁଡୁଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କଥା ଦର୍ଶାଯାଇଛି । ଆଉ ହାସ୍ୟ ଅଭିନେତା ଗୁଡୁଙ୍କ ଏହି ମୃତ୍ୟୁ ଗୁଜବ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଫେସବୁକରେ ମୃତ୍ୟୁର ଗୁଜବ ଖବର ପ୍ରସାରଣକୁ ନେଇ ଥାନାର ଦ୍ବରାସ୍ତ ହୋଇଛନ୍ତି ଗୁଡ଼ୁ । ଏହା ସହିତ ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ହାସ୍ୟ ଅଭିନେତା ଗୁଡୁ ।



ସେ କହିଛନ୍ତି, "ଆଜି ମାଇଁ ଓଡ଼ିଶା ନାମକ ଏକ ଫେସବୁକ ପେଜରେ ମୋର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କଥା ଦର୍ଶାଯାଇଛି। ଯେଉଁଠିକି ମୁଁ ବଞ୍ଚିଛି ଆଉ ସୁସ୍ଥ ଅଛି । ଶୁଣିକି ହସ ଲାଗୁଛି ଏ ଖବର ମୋ ଆୟୁଷକୁ ବଢ଼ାଇଦେଲା। ହେଲେ ଏ ଖବର ଜାଣିବା ପରେ ମର୍ମାହତ ହୋଇପଡିଛନ୍ତି ମୋ ପରିବାର, ମୋ ଫ୍ୟାନ୍ସ, ମୋ ବନ୍ଧୁ ଓ ପ୍ରିୟପରିଜନ। ଏହାକୁ ନେଇ ମୋ ବାପାଙ୍କ ଠାରୁ ଆରମ୍ଭ କରି ପ୍ରିୟଜନଙ୍କ କଲ୍ ପରେ କଲ୍ ଆସୁଛି। ଯାହା ମତେ ଅତିଷ୍ଠ କରିବା ସହ ମର୍ମାହତ ବି କରିଛି । ମୋର କୌଣସି ବି ଦୁର୍ଘଟଣା ହୋଇନାହିଁ। ମୁଁ ପୁରା ସୁସ୍ଥ ଅଛି । ହେଲେ ମୁଁ ମରିଯାଇଛି ବୋଲି ମିଛ ଖବରକୁ ନେଇ ସମସ୍ତେ କିନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଭିଡିଓ କଲରେ ଦେଖିଲା ପରେ ଯାଇ ଶାନ୍ତ ପଡୁଛନ୍ତି।" ତେଣୁ ଏଭଳି ମିଛ ଖବର ଭାଇରଲ କରୁଥିବା ଚାନେଲ ନାଁରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି। ଏହି ଖବର ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ନେବ ବୋଲି ସେ ଆଶା କରିଛନ୍ତି।

ସେହିପରି କିଏ ଓ କାହିଁକି ଏପରି କରିଛି ତାହା ଜାଣି ନଥିବା କହିଛନ୍ତି ହାସ୍ୟ ଅଭିନେତା ଗୁଡୁ । ଏହାସହ ସେ କହିଛନ୍ତି ଯେ, " ମୁଁ ଅନୁରୋଧ କରୁଛି, ଏଭଳି ଗୁଜବକୁ ଭାଇରଲ ନ କରିବା ପାଇଁ। ମୋ ବାପା ଜଣେ ହାର୍ଟ ପେସେଣ୍ଟ । ଏ ଭୁଲ ଖବର ଶୁଣି ସେ ଡରିଗଲେ । ମୋତେ ଭିଡିଓ କଲ କରି ଦେଖିଲେ ଓ ପରେ ଆଶ୍ବସ୍ତ ହେଲେ । ସେହିଭଳି ମୋ ସ୍ତ୍ରୀ ଏକଥା ଶୁଣିବା ପରେ ତାର ରକ୍ତଚାପ ବଢ଼ିଯାଇଛି । ତେଣୁ ମୋ ପରିବାରକୁ ଆଉ ନ ଡରେଇ ଏଭଳି ଖବରକୁ ବନ୍ଦ କରନ୍ତୁ । ସେପଟେ ଥାନାରେ ଏଫଆଇର ଦେଲାପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details