ଓଡିଶା

odisha

ETV Bharat / state

ଜାମିନ ପାଇଁ ଜାଲ ଦସ୍ତାବିଜ ରାକେଟ୍, CBI ଖୋଲିଲା ପୋଲ ବଢିଲା ଗିରଫଦାରୀ - ଜାମିନ ପାଇଁ ଜାଲ ଦସ୍ତାବିଜ୍ ରାକେଟ୍

କୋର୍ଟରେ ଜାଲ ଦସ୍ତାବିଜ୍ କେଳେଙ୍କାରୀ । ଅସଲି ଜମି ପଟ୍ଟାରେ ଜାମିନଦାର ନକଲି । କୋର୍ଟରେ ଅନ୍ୟ ଲୋକଙ୍କ ପଟ୍ଟାରେ ନିଜକୁ ପରିଚିତ କରାଇ ପାଖାପାଖି 100ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ପାଇଁ ଜାମିନଦାର ସାଜି କୋର୍ଟରୁ ଅଭିଯୁକ୍ତଙ୍କୁ ଜାମିନ ଦେବାରେ ସହଯୋଗ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

fake guarantors arrested
ଜାମିନ ପାଇଁ ଜାଲ ଦସ୍ତାବିଜ୍ ରାକେଟ୍

By

Published : Jul 22, 2023, 7:54 AM IST

ଜାମିନ ପାଇଁ ଜାଲ ଦସ୍ତାବିଜ୍ ରାକେଟ୍

ଭୁବନେଶ୍ବର: କୋର୍ଟରେ ଜାଲ ଦସ୍ତାବିଜ୍ କେଳେଙ୍କାରୀ । ଅସଲି ଜମି ପଟ୍ଟାରେ ଜାମିନଦାର ନକଲି । ସାଙ୍ଘାତିକ ଷଡଯନ୍ତ୍ରର ଗୁମର ଖୋଲିଲା CBI । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଆରମ୍ଭ କରିଛି ଗିରଫଦାରୀ । ଗୁରୁବାର ଲକ୍ଷ୍ମୀସାଗରର ବାଉରୀବନ୍ଧୁ ପତି ଗିରଫ ପରେ ଏବେ ଯାଜପୁର ବରିର ବାମନ ଚରଣ ସାମନ୍ତରାୟକୁ ଗିରଫ କରିଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ:କମିଶନରେଟ ପୋଲିସକୁ ସଫଳତା: କମିଛି ଅପରାଧ, ବଢିଛି ଦଣ୍ଡବିଧାନ

ଏମାନେ ଭୁବନେଶ୍ୱର କୋର୍ଟରେ ଅନ୍ୟ ଲୋକଙ୍କ ପଟ୍ଟାରେ ନିଜକୁ ପରିଚିତ କରାଇ ପାଖାପାଖି 100ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ପାଇଁ ଜାମିନଦାର ସାଜି କୋର୍ଟରୁ ଅଭିଯୁକ୍ତଙ୍କୁ ଜାମିନ ଦେବାରେ ସହଯୋଗ କରିଛନ୍ତି । ହେଲେ ଅଭିଯୁକ୍ତ ମାନେ ଦାଖଲ କରିଥିବା ଦସ୍ତାବିଜ୍ ପରିଚୟ ପତ୍ର ନକଲି ଜଣାପଡିବା ପରେ ଏହି ନକଲି ଜାମିନଦାନର ରାକେଟର ଖୁଲାସା କରିଛି ସିବିଆଇ । ଏକ ସିବିଆଇ ମାମଲାର ଅଭିଯୁକ୍ତର ଜାମିନଦାର ସାଜି ଜାମିନ ଦେବା ଘଟଣାର ସତ ଖୋଜୁ ଖୋଜୁ ଏହି କେଳେଙ୍କାରୀ ସାମ୍ନାକୁ ଆସିଛି । ଏନେଇ ବଡଗଡ ଥାନାରେ ଅଭିଯୋଗ ପରେ ଗୋଟିଏ ପରେ‌ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଉଛି ।

କିପରି ଚାଲିଥାଏ ଏମାନଙ୍କ ରାକେଟ୍?

ଏମାନେ ବିଶେଷ କରି କୋର୍ଟ ଓ କଚେରି କଡ଼ରେ ବୁଲନ୍ତି । ମାମଲାରେ ଜାମିନ ପାଇବା ପାଇଁ ହେଲେ ଜାମିନଦାର ଆବଶ୍ୟକ ହୁଏ । ଜାମିନଦାର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥାନ୍ତି । ଏଥିପାଇଁ ଯଦି କୌଣସି ଅଭିଯୁକ୍ତର ଚିହ୍ନା ପରିଚୟ ଲୋକ ବା ରାଜ୍ୟ ବାହାରର ଅପରାଧିଙ୍କ ପାଇଁ କେହି ନିଜ ଲୋକ ମିଳନ୍ତି ନାହିଁ ବା ରାଜ୍ୟର ବାହାରୁ ତାଙ୍କ ନିଜ ଲୋକ ଆସି ନପାରନ୍ତି । ତେବେ ଏହି ନକଲି ଜାମିନଦାର ମାନେ ଟଙ୍କା ନେଇ ସହଯୋଗ କରନ୍ତି । ନିଜକୁ ମିଛ ଦସ୍ତାବିଜରେ କୋର୍ଟରେ ଜାମିନଦାର ଭାବେ ପରିଚୟ ଦେଇ ଅର୍ଥାତ୍ ନକଲି ପରିଚୟ ଦେଇ ଜମି ଅସଲି ଜମି ପଟ୍ଟା ଦାଖଲ କରି ଜାମିନ ପାଇବାକୁ ଥିବା ଅଭିଯୁକ୍ତଙ୍କୁ ଜାମିନ ପାଇବାରେ ସହଯୋଗ କରନ୍ତି ।

ଏଥିପାଇଁ କମିଶନ ହିସାବରେ ମାମଲା ପିଛା ଟଙ୍କା ମଧ୍ୟ ନିଅନ୍ତି । ଏଥିପାଇଁ ଜଣକ ପିଛା ୧୦ ରୁ ୨୦ ହଜାର ନେଇଥାନ୍ତି । ନକଲି ଜାମିନଦାରଙ୍କ ସହଯୋଗ ପାଇବା ପରେ ଖସିଯାନ୍ତି ହାର୍ଡକୋର କ୍ରିମିନାଲ । ସେମାନଙ୍କୁ ଖୋଜା ପଡ଼ିଲା ବେଳକୁ କୋର୍ଟ ଆସନ୍ତି ନାହିଁ କି କୋର୍ଟ ଓ୍ବାରେଣ୍ଟ ଜାରି କଲେ ବି ହାଜର ହୁଅନ୍ତି ନାହିଁ । ଫଳରେ ଯେଉଁ ଜାମିନଦାର ଯୋଗୁଁ ଜାମିନ ମିଳିଥାଏ ତାକୁ ଖୋଜିଲା ବେଳକୁ ନକଲି ଜାମିନଦାର ଦେଇଥିବା ନକଲି ଡକ୍ୟୁମେଣ୍ଟ ନା ଠିକଣା ଯାହାକି କିଛି ସଠିକ ନଥାଏ । ପୋଲିସ ମଧ୍ୟ ସେମାନଙ୍କ ଟେର ପାଇନଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details