ଓଡିଶା

odisha

ETV Bharat / state

୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ

ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଫେକ କଲ । ଅଧିକ ପଢନ୍ତୁ

୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ
୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ

By

Published : Nov 18, 2022, 8:02 AM IST

Updated : Nov 18, 2022, 1:36 PM IST

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ କଲ । ମିଛରେ ଦେହ ଖରାପ ଥିବା କହି କଲ କରୁଛନ୍ତି କିଛି ଆସାମାଜିକ ବ୍ୟକ୍ତି । ଅଶ୍ଲୀଳ ଭାଷାର ଗାଳି ଗୁଲଜ କରିବା ସହ କଲ ସେଣ୍ଟରର କର୍ମଚାରୀଙ୍କୁ କରୁଛନ୍ତି ହଇରାଣ । ଯଦି କେହି ଯୁବକ ଫୋନ ଉଠାଉଛନ୍ତି ତେବେ ତାଙ୍କୁ ମ୍ୟାଡାମଙ୍କୁ ଫୋନ ଦେବାକୁ କହୁଛନ୍ତି । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଶହ ଶହ ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ପ୍ରାୟତଃ ସବୁଦିନ ଏଭଳି କିଛି ବ୍ୟକ୍ତିଙ୍କର କଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଜରୁରୀ ସେବା ପାଇଁ କଲ କରୁଥିବା ଲୋକ ମଧ୍ୟ ହଇରାଣ ହେଉଛନ୍ତି ।

୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ

ଜରୁରୀ ସେବା ସହ କରୁଛନ୍ତି ଟାଇମ ପାସ୍‌

ଅଭିଯୋଗ ମୁତାବକ, ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଲଟିଛି ମନୋରଞ୍ଜନର ମାଧ୍ୟମ । କିଏ ଫୋନ କରି ପ୍ରେମ ନିବେଦନ କରୁଛି ତ ପୁଣି କିଏ ନିଜର ପ୍ରେମ କାହାଣୀ କର୍ମଚାରୀଙ୍କୁ କହୁଛି । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛାଉ ନାହାନ୍ତି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୋଲିସ କିନ୍ତୁ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନାହିଁ ।

୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ

କିଏ କହୁଛି ମ୍ୟାଡାମଙ୍କୁ ଫୋନ୍‌ ଦଉନ

ଜରୁରୀକାଳୀନ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣି ମଧ୍ୟ ଏଭଳି ମଜାମସ୍ତି କରୁଛନ୍ତି କିଛି ବ୍ୟକ୍ତି । ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି କଲ ବଢିଚାଲିଥିବା ବେଳେ ମହିଳା କର୍ମଚାରୀଙ୍କୁ କଲ ଲଗାଇ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଅନାବଶ୍ୟକ କଲ ଆସିବା ଦ୍ୱାରା ଜରୁରୀକାଳୀନ ସେବା ପାଇଁ ଫୋନ୍ କରିଥିବା ବ୍ୟକ୍ତିଙ୍କ ଫୋନ୍ ଉଠାଇ ହେଉନଥିବା ବେଳେ ୧୦୮ ସେବାକୁ ଦୋଷ ଦେଉଛନ୍ତି ଲୋକେ । ତେଣୁ ଏଭଳି ଏକ ଜରୁରୀକାଳୀନ ସେବା ସଂସ୍ଥାକୁ ଏଭଳି ମସ୍ତି କି ଟାଇମପାସ କଲ ନ କରିବା କୁ ଅନୁରୋଧ କରିଛନ୍ତି ୧୦୮ ର କମଚାରୀ ଓ ଅଧିକାରୀ।

ଏହା ମଧ୍ୟ ପଢନ୍ତୁ-Padampur ByPoll: 13 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଆପଣଙ୍କ ଅସାବଧାନତା କଲ କାହାର ଜୀବନ ନେଇପାରେ

କାରଣ ଆପଣଙ୍କର ଏକ ଅସାବଧାନତା କଲ କାହାର ଏକ ମୂଲ୍ୟବାନ ଜୀବନ ମଧ୍ୟ ନେଇଯାଇପାରେ । ଏଥିପାଇଁ ୧୦୮ ସେବା ଅଧିକାରୀ ଲୋକଙ୍କୁ କେବଳ ଆବଶ୍ୟକ କଲ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପ୍ରତିଦିନ ୧୦୮ ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ ଆସୁଥିବା ବେଳେ ସେଥିରୁ କେବଳ ୭ ଶହ ଫେକ କଲ ଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2022, 1:36 PM IST

ABOUT THE AUTHOR

...view details