ଓଡିଶା

odisha

ETV Bharat / state

ଅଧ୍ୟାପକ ସଂଘର ଗ୍ରେଡ ପେ' ବୃଦ୍ଧି ଦାବି, ସରକାର ନଶୁଣିଲେ କଳାବ୍ୟାଚ୍ ଆନ୍ଦୋଳନ ଚେତାବନୀ - ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘ

ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ଚେତାବନୀ । ଗ୍ରେଡ ପେ ୪୬୦୦ ଟଙ୍କାରୁ ୫୪୦୦କୁ ବୃଦ୍ଧି କରିବାକୁ ଦାବି । ଅଧିକ ପଢନ୍ତୁ

ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ଚେତାବନୀ
ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ଚେତାବନୀ

By ETV Bharat Odisha Team

Published : Aug 31, 2023, 4:47 PM IST

ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ଚେତାବନୀ

ଭୁବନେଶ୍ବର: ଅଧ୍ଯାପକଙ୍କ ଚେତାବନୀ । ଦାବି ପୂରଣ ନହେଲେ କଳାବ୍ୟାଚ ପରିଧାନ କରିବେ ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘ । ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଷ୍ଟେଟ୍‌ ସେଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକାମାନେ ପାଉଥିବା ଗ୍ରେଡ୍‌ ପେ' ୪୬୦୦ ଟଙ୍କାରୁ ୫୪୦୦କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ୨୦୧୬ ମସିହାରୁ ଏହାକୁ ଲାଗୁ କରିବାକୁ ରାଜ୍ୟ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖି ଆସୁଛନ୍ତି । ତେବେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ସୁଦ୍ଧା ଦାବି ପୂରଣ କରିବାକୁ ସରକାରଙ୍କୁ ଚେତାବନୀ । ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାମାନେ କଳାବ୍ୟାଚ୍ ପରିଧାନ କରି ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢନ୍ତୁ..ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଭଦ୍ରକର ଶଶୀ ଶେଖର କରଶର୍ମା

ଷ୍ଟେଟ୍ ସିଲେକ୍ସନ ବୋର୍ଡ ସଭାପତି ସରୋଜକାନ୍ତ ନାୟକ କହିଛନ୍ତି, "ସମାନ କାମକୁ ସମାନ ମର୍ଯ୍ୟାଦା ମିଳିବା ଦରକାର । କଲେଜମାନଙ୍କର ଅଧ୍ଯାପକ ଚୟନ ପ୍ରକିୟା ଅତି ଜଟିଳଥିବା ବେଳେ ଆମକୁ ଆଧ୍ୟାପକର ମାନ୍ୟତା ମିଳୁନାହିଁ । ଦୀର୍ଘ ଦିନରୁ ସରାକାରଙ୍କ ନିକଟରେ ଦାବି କରି ଆସୁଛୁ । ହେଲେ ସରକାର ଏହାକୁ କର୍ଣ୍ଣପାତ କରୁନାହିଁ । ଷ୍ଟେଟ୍‌ ସିଲେକ୍ସନ ବୋର୍ଡ୍‌ ଦ୍ବାରା ଏକ ସ୍ଵଚ୍ଛ ଚୟନ ପ୍ରକ୍ରିୟା ଏବଂ ଯୋଗ୍ୟତା ଭିତ୍ତିରେ ଚୟନ ହୋଇ ସେମାନେ ରାଜ୍ୟରେ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି ।"

ଏହା ବି ପଢନ୍ତୁ.. ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ, ଭର୍ଚୁଆଲରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ତେଣୁ ସରକାର ତାଙ୍କୁ ଉଚିତ ପ୍ରାପ୍ଯ ପ୍ରଦାନ କରନ୍ତୁ । ସରକାର ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଦାବି ପୂରଣ କରିବା ପାଇଁ ନିବେଦନ କରାଯାଇଛି । ଯଦି ସରକାର ସଂଘର ଦାବି ପୂରଣ ନକରନ୍ତି, ତେବେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ଼ ଅଧ୍ୟାପକମାନେ କଳାବ୍ୟାଚ୍ ପରିଧାନ କରି ଶିକ୍ଷାନୁଷ୍ଠାନକୁ ଯିବାକୁ ବାଧ୍ୟ ହେବେ । ବିଭିନ୍ନ ଦାବିକୁ ନେଇ ଦୀର୍ଘ ୮ ବର୍ଷ ଧରି ଦୌଡ଼ି ଦୌଡ଼ି ନିରାଶ ହେଲା ପରେ ଅଧ୍ୟାପକମାନେ ଏବେ ଦୁଃଖ ଓ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ସରକାର ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ସହ ତାଙ୍କ ଦାବି ଯଥା ସମ୍ଭବ ପୂରଣ କରାଯିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details