ଭୁବନେଶ୍ବର: ଓଡିଶାକୁ ଫେରିବେ ବାହାରେ ଫଶିଥିବା ଓଡିଆ । ଏଥିପାଇଁ ପ୍ରତି ପଞ୍ଚାୟତରେ ଖୋଲିଛି ଅସ୍ଥାୟୀ ମେଡିକାଲ ସେଣ୍ଟର । ଏହି ସେଣ୍ଟରରେ କ'ଣ ସୁବିଧା ମିଳିବ ଆଉ କେତେ ଟଙ୍କା ମଞ୍ଜୁର ହୋଇଛି ତାର ଏକ ବିଜ୍ଞପ୍ତି ପ୍ରକାଶ କରିଛି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ପଞ୍ଚାୟତିରାଜ ସଚିବଙ୍କୁ ଲେଖାଥିବା ଏହି ଚିଠିରେ ଉଲ୍ଲେଖ ରହିଛି କି, ପ୍ରତିଦିନ ଖାଦ୍ୟ ପାଇଁ 120 ଟଙ୍କା , 14 ବର୍ଷରୁ କମ ପିଲାଙ୍କ ପାଇଁ 100 ଟଙ୍କା ରହିଛି ।
ପଢନ୍ତୁ ଅସ୍ଥାୟୀ ମେଡିକାଲ ସେଣ୍ଟରରେ କେଉଁ ସୁବିଧା ରହିବ ଉପଲବ୍ଧ.. - ଭୁବନେଶ୍ବର ନ୍ୟୁଜ
ପଞ୍ଚାୟତରେ ଖୋଲିଛି ଅସ୍ଥାୟୀ ମେଡିକାଲ ସେଣ୍ଟର । ଏହି ସେଣ୍ଟରରେ କ'ଣ ସୁବିଧା ମିଳିବ ଆଉ କେତେ ଟଙ୍କା ମଞ୍ଜୁର ହୋଇଛି ତାର ଏକ ବିଜ୍ଞପ୍ତି ପ୍ରକାଶ କରିଛି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।
ପଢନ୍ତୁ ଅସ୍ଥାୟୀ ମେଡିକାଲ ସେଣ୍ଟରରେ କ'ଣ କଣ ସୁବିଧା ହେବ ଉପଲବ୍ଧ..
ସେହିପରି ପର୍ସନାଲ ହାଇଜିନିକ କିଟ ବାବଦକୁ 14ଦିନ ପାଇଁ ମିଳିବ 300 ଟଙ୍କା । ଯେଉଁଥିରେ ରେଜର, ମାସ୍କ, ପାଣି ବୋତଲ, ବ୍ରଶ, ଟୁଥପେଷ୍ଟ, ସାବୁନ, ତେଲ, ବାଲଟି ରହିଛି । ପ୍ରତି ବେଡ ପାଇଁ 2ଟି ବେଡସିଟ, ପିଲୋ କଭର ରହିବା ବାଧ୍ୟତାମୂଳକ । କ୍ଲିନିଂ, ସାନିଟେସନ ଓ ସିକ୍ୟୁରିଟି ବାବଦକୁ ଦିନକୁ 2000 ଟଙ୍କା ଦେବେ ସରକାର । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହା ଖର୍ଚ୍ଚ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ