ଓଡିଶା

odisha

ETV Bharat / state

ଖୁଲମଖୁଲା ଚାଲିଛି ଦାଦାବଟି, ପାର୍ବଣ ପାଇଁ ପୋଲିସର କଣ ଷ୍ଟ୍ରାଟେଜି ? - ଥାନାର ଦ୍ବାରସ୍ଥ ହେଲେ ଠିକାଦାର

ସରକାରୀ କ୍ବାଟର କାମ ଚାଲୁଥିବା ବେଳେ କିଛି ଲୋକ ଦାଦାବଟି ମାଗିବା ସହ ଶ୍ରମିକ ଓ ମିସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ । କ୍ୟାପିଟାଲ ଥାନାରେ ଏତଲା ଦେଲେ କଣ୍ଟ୍ରାକ୍ଟର । ଅଧିକ ପଢନ୍ତୁ

ଖୁଲମଖୁିଲା ଦାଦାବଟି ମାଗୁଛନ୍ତି ଆପରାଧୀ ! ଥାନାର ଦ୍ବାରସ୍ଥ ହେଲେ ଠିକାଦାର
ଖୁଲମଖୁିଲା ଦାଦାବଟି ମାଗୁଛନ୍ତି ଆପରାଧୀ ! ଥାନାର ଦ୍ବାରସ୍ଥ ହେଲେ ଠିକାଦାର

By ETV Bharat Odisha Team

Published : Sep 7, 2023, 9:49 PM IST

Updated : Sep 8, 2023, 9:34 AM IST

ଖୁଲମଖୁିଲା ଦାଦାବଟି ମାଗୁଛନ୍ତି ଆପରାଧୀ ! ଥାନାର ଦ୍ବାରସ୍ଥ ହେଲେ ଠିକାଦାର

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ରୂପ ନେଉଛି ଦାଦାବଟି ମାମଲା । ସରକାରୀ କ୍ବାଟର କାମ ଚାଲୁଥିବେଳେ କିଛି ଲୋକ ଦାଦାବଟି ମାଗିବା ସହ ଶ୍ରମିକ ଓ ମିସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ସିଡ଼ିରୁ ଠେଲି ଦେବା ଫଳରେ ଶ୍ରମିକ ଆହତ ହୋଇଥିବା ଅଭିଯୋଗ ଆଣି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି କଣ୍ଟ୍ରାକ୍ଟର ।

କଣ୍ଟ୍ରାକ୍ଟର ସୁବୋଧ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, "୬ ନମ୍ବର ଅଞ୍ଚଳରେ ସରକାରୀ କ୍ବାଟର କାମ ଚାଲୁଥିବା ବେଳେ କିଛି ବ୍ୟକ୍ତି ବଟି ମାଗିଥିଲେ । ଟଙ୍କା ନଦେଲେ କାମ ବନ୍ଦ କରିବାକୁ ଧମକ ମଧ୍ୟ ଦେଇଥିଲେ । ବାରମ୍ବାର ଟଙ୍କା ମାଗିଥିବା ବେଳେ ନ ଦେବାରୁ ଅଚାନକ ଆସି କାମ ବନ୍ଦ କରିବାକୁ କହିବା ସହ ଶ୍ରମିକ ଏବଂ ମିସ୍ତ୍ରୀକୁ ମାରଧର କରିଥିଲେ । ଅସାମାଜିକ ବ୍ୟକ୍ତି ଖୁଲମଖୁଲା ଏଭଳି ବଟି ମାଗୁଛନ୍ତି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏପରିକି କେହି କେହି ଏଭଳି ଦୁର୍ବୁତ୍ତଙ୍କ ଭୟରେ ସାମ୍ନାକୁ ନାହାଁନ୍ତି । ପାହାଳ ଥାନା ଅଞ୍ଚଳରେ ଏକ ଦାଦାବଟି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠୁଥିବା ନୂଆନୂଆ କଲୋନୀ ବା ନଗର ଅଞ୍ଚଳରେ ଘର କରିବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ବଟି ଦେବାକୁ ପଡ଼ୁଛି । ଏପରିକି ମାର୍କେଟ ଏରିଆରେ ଦୋକାନୀଙ୍କଠୁ ମଧ୍ୟ ୩୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ବଟି କଲେକ୍ସନ କରୁଥିବା ଅଭିଯୋଗ ହେଉଛି ।"

ଏହା ବି ପଢନ୍ତୁ..ଦାଦାବଟି ପାଇଁ ସୁପରଭାଇଜରଙ୍କୁ ହତ୍ୟା ! ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଏଭଳି ଅଭିଯୋଗ ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଦାଦାବଟି ବିରୋଧରେ ସବୁବେଳେ ଆମେ ଆଲର୍ଟ ରହିଛୁ । ସମୟ ସମୟରେ ଯେଉଁ ସବୁ ଅଭିଯୋଗ ଆସୁଛି ତା ଉପରେ ତଦନ୍ତ କରାଯାଇ କଡା ଆକ୍ସନ୍‌ ନିଆଯାଉଛି । ଯଦି କେହି ପଇସା ପତ୍ର ଡିମାଣ୍ଡ୍‌ କରୁଛି ସେ ଛୋଟ ହେଉ ବା ବଡ଼ ହେଉ ସେନେଇ ତୁରନ୍ତ କେସ୍‌ ରେଜିଷ୍ଟର କରାଯାଉଛି । ସାମାନ୍ୟତମ ଅଭିଯୋଗ ଆସିଲେ ତୁରନ୍ତ ଆକ୍ସନ୍‌ ନିଆଯାଉଛି । ସେଫ୍ ସିଟି ଡ୍ରାଇଭ୍ ଜାରି ରାଜଧାନୀରେ ଜାରି ରହିଥିବା ବେଳେ ପାର୍ବଣ ଋତୁକୁ ନଜରରେ ରଖି ପାଟ୍ରୋଲିଂ ବଢାଯାଉଛି । ପୂଜା ପୂର୍ବରୁ ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ବି ପଢନ୍ତୁ.. ଦାଦାବଟି ଆଦାୟ କରୁଥିଲେ ନକଲି ପୋଲିସ, ବାନ୍ଧିଲା ଅସଲି ପୋଲିସ

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2023, 9:34 AM IST

ABOUT THE AUTHOR

...view details