ଓଡିଶା

odisha

Make In Odisha 2022: ଆସନ୍ତା ସଂସ୍କରଣରେ ଅଧିକ ନିବେଶ ଆସିବ: ଶିଳ୍ପମନ୍ତ୍ରୀ

By

Published : Oct 19, 2022, 6:38 PM IST

ଦିଲ୍ଲୀ, ମୁମ୍ବାଇ ପରି ହାଇଦ୍ରାବାଦ ରୋଡ ସୋ ମଧ୍ୟ ଉତ୍ସାହଜନକ ହୋଇଛି । ପୁଞ୍ଜିନିବେଶ ଲାଗି ରୋଡ ସୋ'ର ଷଷ୍ଠ ସଂସ୍କରଣ ହାଇଦ୍ରାବାଦରେ ମିଳିଛି ଅନେକ ପ୍ରତିଶୃତି । ତେଣୁ ଆଶା ଅଛି, 2018 ମେକ ଇନ ଓଡ଼ିଶା କନକ୍ଲେଭ ପୁଞ୍ଜିନିବେଶ ପ୍ରସ୍ତାବ ଅପେକ୍ଷା ଆସନ୍ତା କନକ୍ଲେଭରେ ଅଧିକ ପ୍ରସ୍ତାବ ଆସିବ । ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଅଧିକ ପଢନ୍ତୁ

Make In Odisha 2022: ଆସନ୍ତା ସଂସ୍କରଣରେ ଅଧିକ ନିବେଶ ଆସିବ: ଶିଳ୍ପମନ୍ତ୍ରୀ
Make In Odisha 2022: ଆସନ୍ତା ସଂସ୍କରଣରେ ଅଧିକ ନିବେଶ ଆସିବ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ଦିଲ୍ଲୀ, ମୁମ୍ବାଇ ପରି ହାଇଦ୍ରାବାଦ ରୋଡ ସୋ ମଧ୍ୟ ଉତ୍ସାହଜନକ ହୋଇଛି । ପୁଞ୍ଜିନିବେଶ ଲାଗି ରୋଡ ସୋ'ର ଷଷ୍ଠ ସଂସ୍କରଣ ହାଇଦ୍ରାବାଦରେ ମିଳିଛି ଅନେକ ପ୍ରତିଶୃତି । ତେଣୁ ଆଶା ଅଛି, 2018 ମେକ ଇନ ଓଡ଼ିଶା କନକ୍ଲେଭ ପୁଞ୍ଜିନିବେଶ ପ୍ରସ୍ତାବ ଅପେକ୍ଷା ଆସନ୍ତା କନକ୍ଲେଭରେ ଅଧିକ ପ୍ରସ୍ତାବ ଆସିବ । ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

Make In Odisha 2022: ଆସନ୍ତା ସଂସ୍କରଣରେ ଅଧିକ ନିବେଶ ଆସିବ: ଶିଳ୍ପମନ୍ତ୍ରୀ

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ମେକ ଇନ ଓଡ଼ିଶା କନକ୍ଲେଭ 2022କୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ରୋଡ଼ ସୋ କାର୍ଯ୍ୟକ୍ରମ । ଦୁବାଇରୁ ଆରମ୍ଭ ହୋଇଥିବା ରୋଡ଼ ସୋ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୁର ପରେ ହାଇଦ୍ରାବାଦରେ କାର୍ଯ୍ୟକ୍ରମ ଶେଷ ହୋଇଛି । ଏହାପରେ ଚଳିତ ମାସ ଶେଷ ସପ୍ତାହରେ ରାୟପୁର ଓ ଆସନ୍ତାମାସ ପ୍ରଥମ ସପ୍ତାହରେ କଲିକତାରେ ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି । ତେବେ ହାଇଦ୍ରାବାଦରେ ଅନୁଷ୍ଠିତ ଷଷ୍ଠ ସଂସ୍କରଣ ଉତ୍ସାହଜନକ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ କରିବା ଲାଗି ହାଇଦ୍ରାବାଦ ସଂସ୍କରଣରେ ଲଜିଷ୍ଟିକ ପାର୍କ, ଫାର୍ମାସିଟିକାଲ, ସ୍ୱାସ୍ଥ୍ୟ ଓ ପ୍ରଜ୍ୟୁକ୍ତି ବିଦ୍ୟା କ୍ଷେତ୍ରରେ ଅନେକ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ 37 ଜଣ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି । ରୋଡ଼ ସୋ'ରେ 3 ଶହରୁ 320 ଶିଳ୍ପ ପ୍ରତିନିଧି ସାମିଲ ହେବେ ବୋଲି ଆଶା ଥିଲା । କିନ୍ତୁ ପ୍ରାୟ 4 ଶହରୁ ଉର୍ଦ୍ଧ୍ବ ଶିଳ୍ପ ପ୍ରତିନିଧି ସାମିଲ ହୋଇଥିଲେ ।

2018 ମେକ ଇନ ଓଡିଶା ସଂସ୍କରଣ ଅପେକ୍ଷା ଆସନ୍ତା ସଂସ୍କରଣରେ ଅଧିକ ପୁଞ୍ଜି ନିବେଶ ହେବା ନେଇ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଚଳିତ ମାସ ଶେଷ ସପ୍ତାହରେ ରାୟପୁରରେ ରୋଡ଼ ସୋ ଆୟୋଜନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । 27 ରୁ 29 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହେବା ନେଇ ଯୋଜନା ରହିଛି ।

ସେହିପରି ଆସନ୍ତା ମାସ 4ରୁ 6 କଲିକତାରେ ରୋଡ଼ ସୋ ଆୟୋଜନ ନେଇ ନିଷ୍ପତ୍ତି ହୋଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ । ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ କାର୍ଯ୍ୟକ୍ରମ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ମେକ୍ ଇନ ଓଡ଼ିଶା କନକ୍ଲେଭ 2022କୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ ୭ଟି ସ୍ଥାନରେ ଓଡିଶା ଇନଭେଷ୍ଟର ମିଟ କରାଯାଇଛି । ଭାରତର ୬ଟି ପ୍ରମୂଖ ସହର ଜାମସେଦପୁର, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁର ଏବଂ ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର ମିଟ ହୋଇଛି । ସେହିପରି ପ୍ରଥମ ଥର ପାଇଁ ଭାରତ ବାହାରେ ଦୁବାଇରେ ଓଡିଶା ଇନଭେଷ୍ଟର ମିଟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସ୍ଥାନରେ ଦୁବାଇ ସମେତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁର ଏବଂ ହାଇଦ୍ରାବାଦରେ ଅନଷ୍ଠିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ ଯୋଗ ଦେଇଥିଲେ । ସେହିପରି ଗତ ଏପ୍ରିଲ ମାସରେ ଜାମସେଦପୁରରେ ଅନୁଷ୍ଠିତ ଇନଭେଷ୍ଟର ମିଟରେ ତତ୍‌କାଳୀନ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଅଗଷ୍ଟ ମାସରେ ଅହମ୍ମଦାବାଦରେ ଇନଭେଷ୍ଟର ମିଟରେ ବର୍ତ୍ତମାନର ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେଓ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details