ଖୋର୍ଦ୍ଧା: ଚାଲିଛି ବେଆଇନ ବ୍ଲାଷ୍ଟିଂ, ରହି ହେଉନି ଘରେ । ଆଉ ଏ ସମ୍ପର୍କରେ ଅଭିଯୋଗ କଲେ ମିଳୁନି ସୁଫଳ । ତେଣୁ ବାଧ୍ୟ ହୋଇ ସୋମବାର ଖଣିରେ ଗ୍ରାମବାସୀ ପୋତିଲେ ନାଲି ପତକା । ଆଉ ଚେତାବନୀ ଦେଲେ ଖଣି ନଚଲେଇବା ପାଇଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ଦେଉଳି ପଞ୍ଚାୟତରେ ଥିବା ଲିମ୍ବି ମୁଣ୍ଡିଆରେ ।
ମୁଣ୍ଡିଆକୁ ଲିଜ ନେଇଥିବା ସଂସ୍ଥା ସରକାରଙ୍କ ସବୁ ନିର୍ଦ୍ଦେଶକୁ ଫୁ କରି ବ୍ଲାଷ୍ଟିଂ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଖଣି ନିଲାମ ନେଇଥିବା ଏଆଇପିଏଲ ସଂସ୍ଥା ବିରୋଧରେ ଅଭିଯୋଗ କଲେ ମିଳୁଛି ଜୀବନରୁ ମାରିଦେବାର ଧମକ ।