Interview: କଟକ ଲୋକସଭା ପ୍ରାର୍ଥି ହେବେ ଡାକ୍ତର ପିସି ମହାପାତ୍ର! କଟକ: ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର। ସ୍ତ୍ରୀ ଓ ପ୍ରସୂତି ରୋଗର ବିଶେଷଜ୍ଞ । ଡାକ୍ତର ପିସି ମହାପାତ୍ର ବେଶ ଜଣାଶୁଣା ଆଉ ପରିଚିତ ଚେହେରା। ଘରେ ଘରେ ତାଙ୍କୁ ସମସ୍ତେ ଜାଣନ୍ତି। ସେ କେବଳ ଓଡିଶାରେ ଯେ ପରିଚିତ ନୁହଁନ୍ତି ବରଂ ରୋଗୀ ସେବା ପାଇଁ ସେ ସାରା ଦେଶରେ ପରିଚିତ। ଏହି କାରଣରୁ ଆମେ ତାଙ୍କ କଥା କହୁଛୁକି ତାଙ୍କୁ ନେଇ କଟକ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜ୍ୟର ଉପସଭାପତି ଭାବେ ଘୋଷଣା କରିଛି। ଡାକ୍ତର ପିସି ମହାପାତ୍ରଙ୍କୁ ନେଇ ଏବେ ରାଜନୈତିକ ପାଣିପାଗରେ ଟିକେ ଭିନ୍ନ ଆସିଛି। କିଏ ହେବ ଭାରତୀୟ ଜନତା ପାର୍ଟିର କଟକ ଲୋକସଭା ପ୍ରାର୍ଥି ? ପ୍ରକାଶ ମିଶ୍ର ଯଦିଓ ରାଜନୀତି ରେ ସେତିକି ସକ୍ରିୟ ନାହାଁନ୍ତି ,ତଥାପି ବିଜେପିର ପ୍ରାର୍ଥି କିଏ ହେବ ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା।
ଏହାବି ପଢନ୍ତୁ- ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ
ସାଧାରଣ ନିର୍ବାଚନ କେବେ ହେବ ସେନେଇ କୈଣସି ବିଧିବଦ୍ଧ ଭାବରେ ଯଦିଓ ତାରିଖ ଘୋଷଣା ହୋଇନାହିଁ। ତଥାପି ଆଉ କିଛି ମାସ ପରେ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋରରେ ଧରିଛି। ଏଭଳି ସ୍ଥିତିରେ ଡାକ୍ତର ପିସି ମାହାପାତ୍ରଙ୍କୁ ଦଳ ଉପସଭାପତି ଭାବରେ ଘୋଷଣା କରିବା ଘଟଣାକୁ ନେଇ ଚର୍ଚ୍ଚା କୁ ଆହୁରି ଖୋରାକ ଯୋଗାଇଛି। କେହି କେହି କହିଲେଣି କି ଡାକ୍ତର ପିସି ମହାପାତ୍ର କଟକ ଲୋକସଭାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି। ଏହାକୁ ନେଇ ଇଟିଭି ଭାରତ ସହ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ମାହାପାତ୍ର।
କାହିଁକି ବିଜେପି ବାଛିଲେ: ଡାକ୍ତର ପିସି ମହାପତ୍ର ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଅନେକ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ଭାରତୀୟ ଜନତାପାର୍ଟି ଏକ ଜାତୀୟଦଳ। ସେ ଆରଏସଏସରେ ସକ୍ରିୟ ଭାବରେ ପିଲାଟି ଦିନରୁ ସାମିଲ ହୋଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ସେହି କାରଣରୁ ସେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପିର ପ୍ରାଥମିକ ସଦସ୍ୟତା ଥିଲେ। ତେବେ ରାଜ୍ୟ ସଭାପତି ତାଙ୍କ ନାମ ଘୋଷଣା କରିଥିବାରୁ ସେ ବେଶ ଖୁସି ପ୍ରକଟ କରିଛନ୍ତି। ଦଳରେ ସାମିଲ ହେବା ପରେ ଡାକ୍ତର ମହାପାତ୍ର କହିଛନ୍ତି ବିଜେପି ଦଳ କୁ ଆହୁରି ମଜଭୁତ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ। ଦଳର ସଙ୍ଗଠନ ମଜଭୁତ କରିଲେ ଆଗକୁ ବିଜେପି ଭଲ ପ୍ରଦର୍ଶନ କରିବ। ତେବେ ଦଳ ଯେଉଁ ଦାୟିତ୍ବ ଦେବ ସେ ତାହା ପାଳନ କରିବେ ବୋଲି କହିଛନ୍ତି। ତେବେ ସେ ବିଧାନସଭା ନାଁ ଲୋକସଭା ଆସନରୁ ଲଢ଼ିବେ ବୋଲି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଲୋକସଭା ଆସନରୁ ସେ ନିର୍ବାଚନ ଲଢ଼ିବା ପାଇଁ ଇଛୁକ ଅଛନ୍ତି। ଦଳ ଯଦି ସୁଯୋଗ ଦେବ ତେବେ ସେଥିପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।
ଡାକ୍ତରୀ ସେବା ଛାଡି ରାଜନୀତି କରିବେ କି : ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର ପିସି ମହାପାତ୍ର ପ୍ରତ୍ୟେକ ଦିନ ୧୦୦ ରୁ ଅଧିକ ରୋଗୀଙ୍କ ର ସେବା କରିଥାନ୍ତି। ସକାଳ ସମୟରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସେ ଏହି ସେବାରେ ନିଜକୁ ନିୟୋଜିତ କରିଥାଆନ୍ତି। ଯେଉଁ କାରଣରୁ ତାଙ୍କ କ୍ଲିନିକରେ ପ୍ରତ୍ୟେକ ଦିନ ଶହ ଶହ ରୋଗୀଙ୍କର ଭିଡ଼ ଜମିଥାଏ। କାରଣ ସ୍ତ୍ରୀ ରୋଗର ପ୍ରତ୍ୟେକ ଜଟିଳ ରୋଗ ତାଙ୍କ ହାତରେ ବେଶ ସହଜରେ ଚିକିତ୍ସିତ ହୋଇଥାଏ। ତେବେ ସେ ରାଜନୀତି କରିଲେ ରୋଗୀ ସେବା ଛାଡିବେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବ ନିଶ୍ଚୟ। କାରଣ ପ୍ରଶ୍ନ ବି ସୃଷ୍ଟି ହେବା ସ୍ବାଭାବିକ। ଏହି ପ୍ରଶ୍ନରେ କହିଛନ୍ତି କି ରାଜନୀତି ପାଇଁ ରୋଗୀ ସେବାକୁ ଛାଡି ପାରିବେ ନାହିଁ। ଦୁଇଟାକୁ ସମାନ ଭାବରେ ସମୟ ଦେବେ। ଅର୍ଥାତ ଦୁଇଟି ଯାକ ସେବାକୁ ସେ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି।
ବିଜୁ ବାବୁଙ୍କ ସହ ଘନିଷ୍ଠ ଥିଲେ: ଡାକ୍ତର ପିସି ମହାପତ୍ର ଛାତ୍ର ରାଜନୀତିରୁ ସେ ବିଜୁବାବୁଙ୍କ ସହ ବେଶ ଘନିଷ୍ଠତା ଥିଲା। ସେତେବେଳେ ବିଜୁ ସେନା କରି ବିଜୁ ବାବୁଙ୍କର ଅତି ଘନିଷ୍ଠ ଥିଲେ ଡାକ୍ତର ମହାପାତ୍ର। ସେ କୁଆଡେ ଡାକ୍ତରୀ ପାଠ ପଢିବା ପାଇଁ ବିଜୁ ବାବୁଙ୍କୁ କହିବାରୁ ବିଜୁବାବୁ ତାଙ୍କୁ ଚାପୁଡ଼ା ମାରି ଥିଲେ। ଆଉ ତାଙ୍କୁ ବି କହିଥିଲେ ବିଜୁ ସେନା ଛାଡି ପାଠ ପଢିବା ପାଇଁ। ବିଜୁବାବୁଙ୍କ ନୀତି ଆଦର୍ଶରେ ଡାକ୍ତର ମହାପାତ୍ର ପାଠ ପଢିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେବାରେ ସଫଳ ହୋଇଥିଲେ। ସେ ବିଜୁବାବୁଙ୍କ ନୀତି ଓ ଆଦର୍ଶ ପାଇଁ ଏହି ସଫଳତା ପାଇଥିଲେ ବୋଲି ସ୍ବତନ୍ତ୍ର ସାକ୍ଷାତ କାରରେ କହିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି କଟକ ସମ୍ବାଦଦାତା ନାରାୟଣ ସାହୁ ।
ଇଟିଭି ଭାରତ, କଟକ