ଓଡିଶା

odisha

By

Published : Apr 5, 2022, 6:07 PM IST

Updated : Apr 5, 2022, 6:27 PM IST

ETV Bharat / state

ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ, ପ୍ରାୟ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଦିନକୁ ଦିନ ବଢୁଛି ନିଶା ମାଫିଆଙ୍କ ଆତଙ୍କ ରାଜ । ବ୍ରାଉନସୁଗାର ପରେ ଏବେ ଗଞ୍ଜେଇ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ମାଫିଆ । ଅଧିକ ପଢନ୍ତୁ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ, ପ୍ରାୟ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ, ପ୍ରାୟ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା:ଦିନକୁ ଦିନ ବଢୁଛି ନିଶା ମାଫିଆଙ୍କ ଆତଙ୍କରାଜ । ବ୍ରାଉନସୁଗାର ପରେ ଏବେ ଗଞ୍ଜେଇ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ମାଫିଆ । ତେବେ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଅବକାରୀ ବିଭାଗ ।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ, ପ୍ରାୟ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସେହିପରି ଆଜି(ମଙ୍ଗଳବାର) ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଗୋଡିପଡା ଟୋଲ ଗେଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଦୁଇଟି କାରରେ ଗଜପତିରୁ ଭୁବନେଶ୍ୱର ଚୋରା ଚାଲାଣ ହେଉଥିବାବେଳେ ଅବକାରୀ ବିଭଗ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବା ସହ ୧ କ୍ୱିଣ୍ଟାଲ ୮୦ କେଜି ଗଞ୍ଜେଇ ଓ ଦୁଇଟି କାରକୁ ଜବତ କରିଛି । ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 5, 2022, 6:27 PM IST

ABOUT THE AUTHOR

...view details