ଓଡିଶା

odisha

ETV Bharat / state

ଘରେ ଚାଲୁଥିଲା ମଦ ବେପାର, ୧୦ଲକ୍ଷ ଟଙ୍କାର ଚୋରାମଦ ଜବତ କଲା ଅବକାରୀ ଟିମ୍

ରାଜଧାନୀ ଭୁବନେଶ୍ବରରେ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ । 2 ଗିରଫ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 4, 2023, 9:02 AM IST

ଘରେ ଚାଲୁଥିଲା ମଦ ବେପାର
ଘରେ ଚାଲୁଥିଲା ମଦ ବେପାର

ଭୁବନେଶ୍ବର:ଭୁବନେଶ୍ବର ଅବକାରୀ ବିଭାଗକୁ ବଡ ସଫଳତା । ଭରତପୁର ଥାନା ଅଞ୍ଚଳର ଷ୍ଟୁଡିଓ ଛକ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରୁ ବହୁ ପରିମାଣରେ ଚୋରା ମଦ ଜବତ । ଏହାର ମୂଲ୍ୟ 10 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ରହିଛି । ଅନ୍ୟପଟେ 2 ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଟିମ୍ ।

ଘରେ ବେଧଢକ ଚାଲିଥିଲା ମଦ ବ୍ୟବସାୟ । ଆଗକୁ ନୂଆବର୍ଷ ଓ ବଡଦିନ ଆସୁଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ବେଶ ସକ୍ରିୟ ରହିଛନ୍ତି ମଦ ବ୍ୟବସାୟୀ । ଏହି ସମୟରେ ଚୋରାରେ ମଦ ବିକ୍ରି କରି ଅଧିକ ଲାଭ କରିଥାନ୍ତି ବ୍ୟବସାୟୀ । ତେବେ ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ ଷ୍ଟୁଡିଓ ଛକ ନିକଟରେ ଜଣେ ମଦ ବ୍ୟବସାୟୀ ନିଜ ଘରେ ମଦ ରଖି ବିକ୍ରି କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଅତର୍କିତ ଭାବେ ଚଢାଉ କରି ସେହି ଘରୁ ପେଟି ପେଟି ମଦ ଜବତ କରିଛି ଅବକାରୀ ଟିମ । ଏହି ଚୋରା ମଦଗୁଡିକର ମୂଲ୍ୟ 10 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଏଥିରେ ସମ୍ପୃକ୍ତ 2 ଅଭିଯୁକ୍ତକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..ଶହେ ଲିଟର ଦେଶୀ ମଦ ଜବତ: ଅସ୍ଥାୟୀ ଦୋକାନ ଭାଙ୍ଗିଲା ପୋଲିସ

ତେବେ ଆଗକୁ ନୂଆବର୍ଷ ଓ ବଡଦିନରେ ମଦ ବ୍ୟବସାୟ ଜୋରଦାର ଚାଲିଥାଏ । ଏନେଇ ଅବକାରୀ ଟିମ୍ ପ୍ରତିବର୍ଷ ଏହି ସମୟରେ ରେଡ କରିଥାଏ । କାରଣ ମଦବିକ୍ରି ଆଳରେ କିଛି ବେପାରୀ ହାତ ତିଆରି ମଦ ଅର୍ଥାତ ନକଲି ମଦ ବିକ୍ରି କରିଥାନ୍ତି । ଯାହାକି ଯାହାକି ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ । ନକଲି ମଦ ଯୋଗୁଁ ମୃତ୍ୟୁ ହେବାର ସମ୍ଭାବନା ଥାଏ । ତେଣୁ ନକଲି ମଦ ବା ବିଷାକ୍ତ ମଦ ବିକ୍ରିର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ.. ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

ଏହି ସମୟରେ ଭରତପୁର ଥାନା ଅଞ୍ଚଳରେ ଜଣକ ଘରେ ବିପୁଳ ପରିମାଣର ମଦ ଗଚ୍ଛିତ ଥିବା ଖବର ପାଇ ଅବକାରୀ ଟିମ ଚଢାଉ କରିଥିଲା । ସେହି ଘରୁ ବହୁ ପରିମାଣର ମଦ ସହ ଫ୍ରିଜ୍ ମଧ୍ୟ ଜବତ କରାଯାଇଛି । ପୋଲିସ ତନାଘନା ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details