ଓଡିଶା

odisha

ETV Bharat / state

ମଦ ଭାଟି ଉପରେ ଅବକାରୀ ଚଢଉ: ପୋଚ ନଷ୍ଟ, ଦେଶୀ ମଦ ଜବତ, ଜଣେ ଗିରଫ

ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶୀ ମଦ ପ୍ରସ୍ତୁତି ଓ କାରବାର । ଏହି ମଦ ପ୍ରସ୍ତୁତି ଓ କାରବାରରେ ଅବକାରୀ ବିଭାଗ ଆଜି ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

By

Published : Apr 20, 2022, 10:39 PM IST

ମଦ ଭାଟି ଉପରେ ଅବକାରୀ ଚଢ଼ଉ : ପୋଚ ନଷ୍ଟ, ଦେଶୀ ମଦ ଜବତ,  ଜଣେ ଗିରଫ
ମଦ ଭାଟି ଉପରେ ଅବକାରୀ ଚଢ଼ଉ : ପୋଚ ନଷ୍ଟ, ଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା :ଗ୍ରାମାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶୀ ମଦ ପ୍ରସ୍ତୁତି ଓ କାରବାର । ଗାଁରେ ଥିବା ନିଛାଟିଆ ଜଙ୍ଗଲରେ ଚାଲୁଛି ଦେଶୀ ମଦ ଭାଟି । ଆଜି ଏହି ମଦଭାଟି ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ସାମନ୍ତରାପୁର ଏବଂ ମଙ୍ଗରାଜପୁରରେ ଚଢ଼ଉ କରିଛି ।

ମଦ ଭାଟି ଉପରେ ଅବକାରୀ ଚଢ଼ଉ : ପୋଚ ନଷ୍ଟ, ଦେଶୀ ମଦ ଜବତ, ଜଣେ ଗିରଫ

ଚଢ଼ଉ ସମୟରେ ୬ ହଜାର ୬ ଶହ ଲିଟର ପୋଚକୁ ଘଟଣା ସ୍ଥଳରେ ନଷ୍ଟ କରିବାସହ ୩୮୦ ଲିଟର ଦେଶୀ ମଦ ଜବତ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ମଦ ମାଫିଆ ଦଣ୍ଡୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details