ଖୋର୍ଦ୍ଧା:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ୭ ହଜାର ଲିଟରରୁ ଊର୍ଦ୍ଧ୍ବ ପୋଚ ଓ ମଦ ଜବତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନରେ ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଛି ଅବକାରୀ ବିଭାଗ । ଜିଲ୍ଲାକୁ ମଦମୁକ୍ତ କରିବା ପାଇଁ ଅଣ୍ଟାଭିଡ଼ିଛି ଜିଲ୍ଲା ଅବକାରୀ ବିଭାଗ ।
ମଦ ପ୍ରସ୍ତୁତକୁ ନିଜର ରୋଜଗାର ଭାବେ ଭାବି ନେଇଥିବା କେତେକ ମାଫିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଆଗକୁ ନିର୍ବାଚନରେ ମଦର ଚାହିଦା ରହିଥିବାବେଳେ ଏବେଠୁ ମଦ ପ୍ରସ୍ତୁତି ଚଳାଇଛନ୍ତି ମାଫିଆ ।