ଖୋର୍ଦ୍ଧା:ମଲିପଦର ଗ୍ରାମର ଅସହାୟ ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡାଙ୍କୁ ସହାୟତା କରିବା ପାଇଁ ଇଟିଭି ଭାରତରେ ଗତ ଜାନୁଆରୀ ୮ ତାରିଖରେ ଖବର ପ୍ରସାରଣ ହୋଇଥିଲା । ଖବର ବାଜିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ପଞ୍ଚାୟତ ସମ୍ପ୍ରସାରିତ ଅଧିକାରୀ ଦେବାଶିଷ ସାହୁ, ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ପହଞ୍ଚି ତାରେଶ୍ୱରଙ୍କ ପରିବାରକୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ପ୍ରଶାସନକୁ ଦିଶୁନି ତାରେଶ୍ୱରଙ୍କ ଦୁରାବସ୍ଥା, ସରକାରୀ ସହାୟତା ଅପେକ୍ଷାରେ ପୁରା ପରିବାର
ଖବର ବାଜିବା ପରେ ସହାୟତାର ହାତ ବଢ଼ାଇଲେ ଉଭୟ ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ମଲିପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡା କିଭଳି ନିଜ ଶଯ୍ୟାଶାୟୀ ବାପା ମାଆଙ୍କ ସେବା କରି ଶ୍ରବଣ କୁମାର ପାଲଟିଛନ୍ତି ସେନେଇ ଖବର ପ୍ରସାରଣ ହୋଇଥିଲା । ଏହାସହ ସହାୟତାର ହାତ ବଢାଇବା ପାଇଁ ନିବେଦନ ମଧ୍ୟ କରାଯାଇଥିଲା । ତାରେଶ୍ୱର ଏବଂ ତାଙ୍କ ପରିବାର ସମ୍ପର୍କରେ ଈଟିଭି ଭାରତରେ ଖବର ପ୍ରସାରଣ କରି ବେଗୁନିଆ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗତ 8 ତାରିଖରେ ଖବର ବାଜିବା ପରେ ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ । ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ପଞ୍ଚାୟତ ସମ୍ପ୍ରସାରିତ ଅଧିକାରୀ ଦେବାଶିଷ ସାହୁ, ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ପହଞ୍ଚି ତାରେଶ୍ୱରଙ୍କ ପରିବାରକୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।