ଓଡିଶା

odisha

ETV Bharat / state

‘ଇଟିଭି ଭାରତ’ରେ ପିସି କାରବାରର ପର୍ଦ୍ଦାଫାଶ - pc deal viral in tangi

ପିସି କାରବାର ସମ୍ପର୍କରେ ମୁହଁ ଖୋଲିଥିବା ପିଇଓଙ୍କୁ ନିଲମ୍ବିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ। ସମ୍ପୃକ୍ତ ପିଇଓ କିଏ କେତେ ପିସି ନେଉଛନ୍ତି ତାହାର ହିସାବ ଦେଇଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା ।

‘ଇଟିଭି ଭାରତ’ରେ ପିସି କାରବାରର ପର୍ଦ୍ଦାଫାଶ
‘ଇଟିଭି ଭାରତ’ରେ ପିସି କାରବାରର ପର୍ଦ୍ଦାଫାଶ

By

Published : Sep 13, 2020, 10:34 AM IST

Updated : Sep 13, 2020, 11:31 AM IST

ଖୋର୍ଦ୍ଧା: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ନିଲମ୍ବିତ ହେଲେ ଟାଙ୍ଗୀର ପଞ୍ଚାୟତ ନିର୍ବାହୀ ଅଧିକାରୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଖୁଲମଖୁଲା ପିସି ମାଗିବା ସହ କିଏ କେତେ ପ୍ରତିଶତ ପିସି ନେଉଛନ୍ତି ତାର ମଧ୍ୟ ହିସାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

‘ଇଟିଭି ଭାରତ’ରେ ପିସି କାରବାରର ପର୍ଦ୍ଦାଫାଶ

ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ସମ୍ପୃକ୍ତ ପିଇଓଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣା ଏବଂ ଜଣେ ଠିକାଦାରଙ୍କ ମଧ୍ୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ଓ ବିଡ଼ିଓ କେତେ ପରସେଣ୍ଟ ପିସି ନେଉଛନ୍ତି ତାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 13, 2020, 11:31 AM IST

ABOUT THE AUTHOR

...view details