ଖୋର୍ଦ୍ଧା:ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା । ଘଟଣାଟି ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ପରେ ଲୋକଙ୍କ ଟଙ୍କା କିଏ ଖାଇଛି ତାର ତଦନ୍ତ ଆରମ୍ଭ ହୋଇଥିଲା । ଆଉ ତଦନ୍ତରେ ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ,ଶକୁନ୍ତଳା ଓଝା ଓ ପ୍ରସନ୍ନ ତୋଷ ସମ୍ପୃକ୍ତି ଥିବା ସମ୍ନାକୁ ଆସିଛି ।
ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଘୋଟାଲା, EOW ତଦନ୍ତ ପାଇଁ ସୁପାରିଶ - କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା
ଖୋର୍ଦ୍ଧା ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା । ତିନି ଜଣଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ
କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା: ତିନି ଜଣଙ୍କ ନାଁରେ ଏତଲା ଦେବାକୁ ନିର୍ଦ୍ଦେଶ
ଆଉ ଏବେ ଘଟଣାରେ ସେହି ତିନି ଜଣଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିଭଳି କିପରି ଦୀର୍ଘଦିନ ଧରି ଲୋକଙ୍କ ଟଙ୍କା ଚଳୁ କରାଯାଉଥିଲା ତାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କରିବା ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ । ସେହିଭଳି ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିବେ ତାଙ୍କ ଠାରୁ ଅର୍ଥ ଭରଣା କରାଯାଇ ଲୋକଙ୍କ ଟଙ୍କା ଫେରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ