ଓଡିଶା

odisha

ETV Bharat / state

ଜମି ଦେବା ନାଁରେ ୭ କୋଟି ଚଳୁ କଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର - fraud

ବ୍ଯାଙ୍କ ଓ ଡାକ୍ତର କର୍ମଚାରୀଙ୍କୁ ୭ କୋଟିର ଚୂନା ଲାଗାଇଲେ 3 ଅପରାଧୀ । ରାଜଧାନୀରେ ଜମି ଦେବା ନାଁରେ ବଡ ଠକେଇ । ତିନି ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 26, 2019, 4:21 PM IST

ଭୁବନେଶ୍ବର: ରାଜଧାନୀରେ ଜମି ଦେବା ନାଁରେ ବଡ ଠକେଇ । ବ୍ଯାଙ୍କ ଓ ଡାକ୍ତର କର୍ମଚାରୀଙ୍କୁ ୭ କୋଟିର ଚୂନା ଲାଗାଇଲେ 3 ଅପରାଧୀ । ଏହି ତିନି ଅପରାଧୀଙ୍କୁ ଆଇପିସିର ଧାରା ୪୨୦, ୪୬୭, ୪୬୮, ୪୭୧, ୪୦୬, ୧୨୦ବି ଓପିଆଡି ଆକ୍ଟ ୨୦୧୧ରେ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଏହି ତିନି ଅପରାଧୀ ହେଲେ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ମ୍ୟାନେଜର ପ୍ରଫୁଲ କୁମାର ଷଡଙ୍ଗୀ, ହିନ୍ଦୁସ୍ତାନ ଡେଭେଲପର୍ସର ନିର୍ଦ୍ଦେଶକ ମନୋଜ ମହାପାତ୍ର ଓ ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ମହାନ୍ତି । ତେବେ ଇଓଡବ୍ଲ୍ୟୁ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ୨୦୦୯ ରୁ ୨୦୧୧ ମସିହାରେ ଆନ୍ଧ୍ର ବ୍ଯାଙ୍କ ଏମ୍ପଲୋଇଜ ହାଉସିଂ ସମବାୟ ସମିତି ନାଁରେ ଚନ୍ଦ୍ରଶେଖରପୁର ଆନ୍ଧ୍ର ବ୍ଯାଙ୍କରେ ଆକାଉଣ୍ଟ ଖୋଲିଥିଲେ ପ୍ରଫୁଲ ଷଡଙ୍ଗୀ । ପରେ ଆନ୍ଧ୍ର ବ୍ଯାଙ୍କ କର୍ମଚାରୀଙ୍କୁ ପ୍ଲଟ ଓ ଫ୍ଲାଟ ଦେବା ନାଁ ରେ ବ୍ଯାଙ୍କ କର୍ମଚାରୀଙ୍କଠାରୁ ଟଙ୍କା ନେଇଥିଲେ । ଏପରିକି ଅନେକ ଡାକ୍ତର ଓ ସରକାରୀ ଚାକିରିଆ ବି ଏଠାରେ ଟଙ୍କା ବିନିଯୋଗ କରିଥିଲେ ।

ପ୍ରାୟ ୭କୋଟି ଟଙ୍କାର ଆଦାୟ ପରେ ଲୋକଙ୍କୁ ଜମି ପ୍ଲଟ ଓ ଫ୍ଲାଟ ଦେବା ନେଇ ଆରମ୍ଭ କରିଥିଲେ ଠକେଇର ବ୍ଲୁପ୍ରିଣ୍ଟ । ଫ୍ଲାଟ କି ପ୍ଲଟ ଦେବା ତ ଦୂରର କଥା ଟଙ୍କା ନେବା ପରେ ଆଉ ଧରା ଛୁଆଁ ବି ଦେଇ ନଥିଲେ । ଫଳରେ ଦୌଡି ଦୌଡି ଶେଷରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ପରେ ତିନି ଅପରାଧିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।


ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ABOUT THE AUTHOR

...view details