ଭୁବନେଶ୍ବର: ୟୁପି ଠକକୁ ଗିରଫ କଲା EOW । ଉତ୍ତରପ୍ରଦେଶର ଠକ, କିନ୍ତୁ ଓଡିଶାରେ ବିଛାଇଥିଲା ଠକାମିର ଜାଲ । ଓଡିଶାର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଥିଲା ୨କୋଟି ୩୫ଲକ୍ଷ ଟଙ୍କା । ଠକାମି କିଛି ଏମିତି ସେମିତି ନଥିଲା ବରଂ ଅର୍ଥମନ୍ତ୍ରଣାଳୟରୁ କହି ଫୋନ କରୁଥିଲା ଠକ । ଏପରି ଏକ ଠକକୁ ଗିରଫ କରିଛି ଓଡିଶା ଅର୍ଥନୈତିକ ଅପରାଧା ଶାଖା । ଠକେଇ ଅଭିଯୋଗ ଆଧାରରେ ୟୁପି ଇଟଓ୍ବାରୁ ଅଭିଯୁକ୍ତ ବିଜୟ ଭରଦ୍ୱାଜକୁ ଗିରଫ କରି ବଡ଼ବିଲ କୋର୍ଟକୁ ଚାଲାଣ କରିଛି ଇଓଡବ୍ଲୁ(EOW)।
ଏମିତି ଠକାମିର ଜାଲ ବିଛାଇଥିଲା ଠକ
କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଏସପିଙ୍କ କହିବା ଅନୁଯାୟୀ, ଏମାନେ ଏକ ଠକ ରାକେଟ , ଅନେକ ବଡବଡିଆଙ୍କୁ ଟାର୍ଗେଟ କରନ୍ତି । କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ଏମାନେ ଠକେଇର ମୋହରା କରନ୍ତି । ବିଶେଷ କରି କୋଟି କୋଟି ଟଙ୍କାର ବ୍ୟାଙ୍କରେ ଫିକ୍ସ ଡିପୋଜିଟ ବା ଇନସୁରାନ୍ସ ପ୍ରିମିୟମ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରନ୍ତି ଏମାନେ । ପରେ ସେମାନଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟରୁ ଏକେତ ଓ୍ବାଲିଆ କହୁଛି କହି କଥା ହୁଅନ୍ତି । କୋଟିଏ ଟଙ୍କାର ପ୍ରିମିୟମ ଇନସୁରାନ୍ସ କରୁଥିବା ଲୋକଙ୍କୁ ଫୋନ କରି ଆପଣ ପ୍ରଧାନମନ୍ତ୍ରୀ ରାହାତ କୌଶଳ ଯୋଜନା ପାଇଁ ସିଲେକ୍ଟ ହୋଇଛନ୍ତି ବୋଲି କୁହନ୍ତି । ଏଥିପାଇଁ ଆପଣ ୩କୋଟି ଟଙ୍କାର ଅଫ୍ ଜିତିଛନ୍ତି କହି ଠକାମିର ଜାଲ ବିଛାନ୍ତି ।