ଭୁବନେଶ୍ବର:ଧାନ ବୁଣା ଓ ଅମଳ ମେସିନ ବିକିବା ଆଳରେ ସରକାରୀ ସବସିଡି ହଡପ । ଚାଷୀଙ୍କ ନାଁରେ ଫେକ ଆଇଡି କାର୍ଡ, ଡକ୍ୟୁମେଣ୍ଟ ଓ ବିଲ ସହ ମେସିନ ଫଟୋ ଅପଲୋଡ଼ କରି ସରକାରୀ ସବସିଡି ହଡପ କରିଥିଲେ ଠକ । ଡାଇରେକ୍ଟର ବେନିଫିଟ ଟ୍ରାନ୍ସଫର ସ୍କିମରେ ଡିଲର୍ସଙ୍କୁ ହାତ କରି ଚାଷୀ ନାଁରେ ହେଉଥିଲା ଟଙ୍କା ହଡପ । 12 କୋଟିର ସରକାରୀ ସବସିଡି ଜାଲିଆତି ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା (EOW) । ତିନି ଅଭିଯୁକ୍ତ ହେଉଛନ୍ତି ଅନ୍ନପୂର୍ଣ୍ଣା ଏଗ୍ରୋ ପ୍ରାଇଭେଟ ଲିମିଟେଡର ଏମଡି ପ୍ରଦୀପ କୁମାର ଆଚାର୍ଯ୍ୟ, ଦାସ ଟ୍ରେଡର୍ସର ପ୍ରଭା ରଞ୍ଜନ ଦାସ ଏବଂ ସେକ ଫୟାଜ ଟ୍ରେଡର ସେକ ଫୟାଜ ।
ଏହା ମଧ୍ୟ ପଢନ୍ତୁ-ଅମ୍ରିତ ନିଖୋଜ ଘଟଣା: ସମୟ ଗଡୁଛି ମିଳୁନି ପତ୍ତା, ଘଟଣାସ୍ଥଳରେ ଏସପି