ଭୁବନେଶ୍ୱର:ସରକାରୀ ଚାକିରି ଆଳରେ ଠକେଇ । ମଡେଲ ସ୍କୁଲରେ ଚାକିରି ଦେବା ଆଳରେ କୋଟି କୋଟି ଠକିଥିବା ତିନି ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଦୁଇ ଜଣକୁ ହାଇଦ୍ରାବାଦ ଏବଂ ଜଣକୁ ବାଲେଶ୍ୱରରୁ ଗିରଫ କରିଛି ତଦନ୍ତକାରୀ ଟିମ । ଏଥିରେ ଜଣେ ଯୁବତୀ ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଅନଲାଇନରେ ମଡେଲ ସ୍କୁଲ ନାଁରେ ଫେକ ଓ୍ବେବସାଇଟ ଖୋଲି ଠକେଇର ପର୍ଦ୍ଦାଫାସ କରିଛି ଇଓଡବ୍ଲୁ । ଖାଲି ପଡିଥିବା ପଦବି ପାଇଁ ଚାକିରି ବିଜ୍ଞାପନ ଦେଉଥିଲେ । ଏନେଇ ଅନଲାଇନରେ www.modelschools.ac ନାଁରେ ବିଭିନ୍ନ ପୋଷ୍ଟ କରି ଦରଖାସ୍ତ ଗ୍ରହଣ କରୁଥିଲେ । ଏପରିକି ଫର୍ମ ଆବେଦନ ପାଇଁ ଜଣକ ପିଛା ୧୦୦୦ଟଙ୍କା ଲେଖାଏ ନେଉଥିଲେ । ଡେଭଲପମେଣ୍ଟ ଅଫିସର, ଓ୍ବେଲଫେୟାର ଅଫିସର ଭଳି ସୁପର ଭାଇଜର, ଚାକିରି ପାଇ ସ୍କୁଲ କ୍ଲର୍କ ,ସ୍କୁଲ ଆଟେଣ୍ଡାସ ଓ ପିଅନ, ଓ୍ବାଚମ୍ୟାନ ଆଦି ବିଭିନ୍ନ ପୋଷ୍ଟ ପାଇଁ ପ୍ରଲୋଭନ ଦେଖାଉଥିଲେ । ବୟସ,ଦକ୍ଷତା ଓ କାରିୟର ହିସାବରେ ଦରଖାସ୍ତ ମଧ୍ୟ ଗ୍ରହଣ କରୁଥିଲେ ।
ଏହି ମାମଲାରେ ଇଓଡବ୍ଲୁ ହାଇଦ୍ରାବାଦରରୁ ଦୁଇ ଜଣକୁ ଗିରଫ କରିବା ସହ ବାଲେଶ୍ୱରୁ ଜଣକୁ ଗିରଫ କରିଛି । ଅଭିଯୁକ୍ତମାନେ ଭୁବନେଶ୍ୱରକୁ ଯିବା ଆସିବା କରୁଥିବା ଖବର ପାଇଥିଲା ଇଓଡବ୍ଲୁ । ଅଭିଯୁକ୍ତମାନେ ହେଲେ ମହମ୍ମଦ ସାନୁଲା, ସାକ୍ଷୀ ଜେନ ଏବଂ ସୁରତ ଦଳେଇ । ଗିରଫ ତିନି ଜଣକୁ କୋର୍ଟକୁ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୧ଲକ୍ଷ ନଗଦ କ୍ୟାସ ସହ ୧୨ଟି ଏଟିଏମ ଓ ୩ଟି ଲାପଟପ ସହ ଅନେକ କାଗଜପତ୍ର ଜବତ କରାଯାଇଛି ।