ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ।
ଏହାମଧ୍ଯ ପଢ଼ନ୍ତୁ: ଜାଗା ମିଶନ ଅନିୟମିତତା: ବର୍ଷିଲେ ବିରୋଧୀ, ସ୍ପଷ୍ଟୀକରଣ ରଖିଲା BDA
ଏହାମଧ୍ଯ ପଢ଼ନ୍ତୁ:ରାଜୀବ ଆବାସ ଯୋଜନାରେ ମହାଦୁର୍ନୀତି ! ବିଡିଏ ଅଫିସ ସମ୍ମୁଖରେ ଧାରଣା
ଭୁୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ଏନଫୋର୍ସମେଣ୍ଟ ପାଇଁ ୬୭ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦନ ପାଇଥିବା ଏହି ପଦବୀ ଗୁଡ଼ିକ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ । ଭୁବନେଶ୍ବରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏହି ପଦବୀଗୁଡିକ ହେଲା ଗୋଟିଏ ଆସିଷ୍ଟାଣ୍ଟ ପୋଲିସ କମିଶନର, 6ଟି ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର ପୋଲିସ ଏବଂ ୬୦ଟି ପୋଲିସ କନେଷ୍ଟବଳ ପଦବୀ ।