ଖୋର୍ଦ୍ଧା: ଆକ୍ସନ ମୁଡ଼ରେ ବେଗୁନିଆ ପୋଲିସ । ଦୀର୍ଘ ଦିନ ଧରି ଅପରାଧ ଚଳାଇଥିବା ପିଣ୍ଟୁ ଓ ରମେଶ ସାହୁଙ୍କୁ ବେଗୁନିଆ ପୋଲିସ ଏନକାଉଣ୍ଟର କରିଛି । ଏହି ଘଟଣାରେ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ପୋଲିସ ଜିଲ୍ଲା ଅନ୍ତର୍ଗତ କାଇପଦର ଡାଳତୋଳା ଜଙ୍ଗଲରେ ପିଣ୍ଟୁ ଓ ରମେଶ ଥିବା ନେଇ ପୋଲିସ ଖବର ପାଇଥିଲା । ପୋଲିସ ଖବର ପାଇ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିବା ପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିଲା ।