ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର - ଢେଙ୍କାନାଳର ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର । ଏହି ସାହିତ୍ୟିକ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର

By

Published : Feb 5, 2023, 6:59 AM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଅନ୍ତର୍ଯ୍ୟାମୀ ମିଶ୍ର । ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଛି । ମୁଖ୍ୟମନ୍ତ୍ରୀ ଓ ସାହିତ୍ୟିକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା ପରେ ଉଭୟ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭେଟଘାଟ ସମୟରେ ଆଇଟି ସଚିବ ମନୋଜ କୁମାର ମିଶ୍ର ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର

ସୌଜନ୍ୟମୂଳକ ସାକ୍ଷାତକାର ପରେ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟି ମୁଁ ବହୁତ ଖୁସି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର । ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ତାଙ୍କ ଅବଦାନ ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ । ଏହି ଭେଟଘାଟ ସମୟରେ ରାଜ୍ୟ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଢେଙ୍କାନାଳର ସନ୍ତାନ ମନୋଜ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

୨୦୨୩ ବର୍ଷ ଲାଗି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ୪ ଜଣ ଓଡିଆ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସାଧନ ପାଇଁ ସାହିତ୍ୟ ସାଧକ, ଗବେଷକ ତଥା ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ୩୭ଟି ପୁସ୍ତକ ରଚନା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ କରିଛନ୍ତି । ଏପରିକି ୧୦ଟି ପୁସ୍ତକ ଶିକ୍ଷା କ୍ଷେତ୍ରରେ ସାମିଲ ହୋଇଥିବା ବେଳେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କର ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ଅବଦାନ ରହିଛି ।

୧୯୫୦ ମସିହାରେ ଢେଙ୍କାନାଳ ମାର୍ଥପୁର ଶାସନରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଜନ୍ମ ଗ୍ରହଣ କରିଥିଲେ । ସେ ପେଷାରେ ରାଜସ୍ୱ ବିଭାଗରେ କାର୍ଯ୍ୟ କରି ଅବସର ନେଇଛନ୍ତି । ବାଲ୍ୟକାଳରୁ ତାଙ୍କର ସାହିତ୍ୟ ସାଧନା ଓ ଇତିହାସର ଗବେଷଣାରେ ନିଶା ଥିଲା । ଢେଙ୍କାନାଳ ସହରର ଆନନ୍ଦ ନଗର ବାସିନ୍ଦା ଭାବେ ଅବସର ଜୀବନ ବିତାଉଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ରାଜ୍ୟର ଜଣେ ସ୍ତମ୍ଭକାର ଭାବେ ବେଶ ଜଣାଶୁଣା ।

ବିଭିନ୍ନ ସାଂସ୍କୃତିକ ଓ ଭୌତିକ ଆଲୋଚନାଚକ୍ରରେ ବିଶିଷ୍ଠ ଆଲୋଚକ ଓ ପ୍ରବଚକ ଭାବେ ରାଜ୍ୟରେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ସେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ଅବ୍ୟାହତ ରଖିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କକର ଅନେକ ପୁସ୍ତକ, ସମୀକ୍ଷା ଓ ପ୍ରବନ୍ଧ ଆଦି ପ୍ରକାଶିତ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details