ଓଡିଶା

odisha

ETV Bharat / state

Natabar Khuntia FB Post: ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟ ନେଇ ହଇଚଇ, ଧର୍ମେନ୍ଦ୍ରଙ୍କ ଉଗବେଗ ପରେ ବଢିଲା ରାଜନୀତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆଜି ସକାଳେ ଜଣେ ବନ୍ଧୁ ମୋତେ ପଠାଇଥିବା ରାଜ୍ୟର ଜଣାଶୁଣା ଚିନ୍ତାନାୟକ ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିଲି । ସେ (ନଟବର ଖୁଣ୍ଟିଆ) ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ ସମୟରେ ଲେଖାଟି ବହୁତ ଇନଫରମେଟିଭ। ଓଡିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ସେ ସଠିକ ତୁଳନା କରିଛନ୍ତି । ସମସ୍ତେ ଏହାକୁ ପଢିବା ଉଚିତ ।’’ ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 31, 2023, 8:04 PM IST

ଚିନ୍ତାନାୟକ ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ନେଇ ହଇଚଇ, ଧର୍ମେନ୍ଦ୍ରଙ୍କ ଉଗବେଗ ପରେ ବଢିଲା ରାଜନୀତି
ଚିନ୍ତାନାୟକ ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ନେଇ ହଇଚଇ, ଧର୍ମେନ୍ଦ୍ରଙ୍କ ଉଗବେଗ ପରେ ବଢିଲା ରାଜନୀତି

ଚିନ୍ତାନାୟକ ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ନେଇ ହଇଚଇ, ଧର୍ମେନ୍ଦ୍ରଙ୍କ ଉଗବେଗ ପରେ ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶାରେ ଯାହା ଚାଲିଛି ଦେଖି ଦୁଃଖ ଲାଗୁଛି । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଓଡିଶା ସାରା ହେଲିକପ୍ଟରରେ ବୁଲାଉଛନ୍ତି। ସେ ମିଟିଂ କରୁଛନ୍ତି, ଅଭିଯୋଗ ଶୁଣୁଛନ୍ତି ଏହା ସମ୍ବିଧାନରେ ସମ୍ଭବ କି ? ସେ କଣ ଓଡିଶାର ରାଜା? ଏଭଳି ଗମ୍ଭୀର ପ୍ରଶ୍ନ ଉଠାଇ ଚିନ୍ତାବ୍ୟକ୍ତ କରି ନିଜ ସୋସିଆଲ ମିଡିଆ(ଫେସବୁକ) ରେ ଏକ ଲେଖା ଲେଖିଛନ୍ତି ରାଜ୍ୟର ବିଶିଷ୍ଟ ଚିନ୍ତାନାୟକ ନଟବର ଖୁଣ୍ଟିଆ । ନଟବରଙ୍କ ଏହି ଉଦବେଗ ଲେଖାକୁ ପଢି ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକ୍ସ(ଟ୍ବିଟ) କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆଜି ସକାଳେ ଜଣେ ବନ୍ଧୁ ମୋତେ ପଠାଇଥିବା ରାଜ୍ୟର ଜଣାଶୁଣା ଚିନ୍ତାନାୟକ ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିଲି । ସେ (ନଟବର ଖୁଣ୍ଟିଆ) ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ ସମୟରେ ଲେଖାଟି ବହୁତ ଇନଫରମେଟିଭ । ଓଡିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ସେ ସଠିକ ତୁଳନା କରିଛନ୍ତି । ସମସ୍ତେ ଏହାକୁ ପଢିବା ଉଚିତ ।’’

ଧର୍ମେନ୍ଦ୍ର ଆହୁରି କହିଛନ୍ତି ସମସ୍ତେ ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କର ସେହି ଦୁଇ ଉକ୍ତି... “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ ରାଜି” ରେ ସ୍ମରଣ କରିବା ଉଚିତ । ଜାତିର ମହାପୁରୁଷମାନେ ଭବିଷ୍ୟତକୁ ଦେଖିକି ସାହିତ୍ୟ ସୃଜନ କରିଥାନ୍ତି ଏବଂ ବିଚାର କଣିକା ଛାଡି ଯାଆନ୍ତି । ନଟବର ବାବୁଙ୍କ ଏହି ଲେଖା ପଢିଲା ପରେ ଭାବୁଛି, ଏହା କେତେ ଠିକ ଓ ବର୍ତ୍ତମାନ ସମୟରେ କେତେ ପ୍ରାସଙ୍ଗିକ।

ଏହାବି ପଢନ୍ତୁ- ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା, 2023 ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ

ସୂଚନାଯୋଗ୍ୟଯେ ରାଜ୍ୟର ଜଣାଶୁଣା ଚିନ୍ତାନାୟକ ନଟବର ଖୁଣ୍ଟିଆ ନିଜ ସୋସିଆଲ ମିଡିଆ(ଫେସବୁକ)ରେ ଲେଖିଛନ୍ତି, ଏକ ବିରାଟ ଭୁଖଣ୍ଡର ରାଜା ଥିଲେ ପ୍ରତାପରୁଦ୍ର ଦେବ । ହେଲେ ଧୀରେ ଧୀରେ ତାଙ୍କ ଭୂଖଣ୍ଡ ହ୍ରାସ ପାଇଥିଲା । ତାଙ୍କ ମୃତ୍ୟୁ ବେଳକୁ ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ତାଙ୍କ ପୁଅ ଦୁଇ ବର୍ଷ ବି ଶାସନ କରିପାରିଲେ ନାହିଁ । ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଦୁଇ ପୁଅଙ୍କୁ ହତ୍ୟା କରି ଶାସନ ଭାର ଗ୍ରହଣ କରିଥିଲେ । ଏହା ପରେ ରାଜ୍ୟରେ ବିଶୃଙ୍ଖଳା ବ୍ୟାପିଥିଲା । ଆଜି ପ୍ରତାପରୁଦ୍ର ଦେବଙ୍କ ସମୟ ପରି ଆକ୍ରମଣାନ୍ତକ ମାନସିକତା ହରାଇବା ପରି ଅନୁଭବ ହେଉଛି ।

ନିଜର ଲେଖାର ସ୍ପଷ୍ଟୀକରଣ ଦେଇ ନଟବର ଖୁଣ୍ଟିଆ କହିଛନ୍ତି, ‘‘ମୋର କୌଣସି ରାଜନୈତିକ ଦଳ ସହିତ ସମ୍ପର୍କ ନାହିଁ। ମୁଁ ଯାହା ଅନୁଭବ କଲି ଲେଖିଲି। ଯାହା ରାଜ୍ୟରେ ଚାଲିଛି। ଓଡ଼ିଶାର ଯାହା ଚାଲିଛି ଦେଖି ଦୁଃଖ ଲାଗୁଛି। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ସଚିବଙ୍କୁ ଓଡିଶା ସାରା ହେଲିକପ୍ଟରରେ ବୁଲାଉଛନ୍ତି । ମିଟିଂ କରୁଛନ୍ତି, ଅଭିଯୋଗ ଶୁଣୁଛନ୍ତି ଏହା ସମ୍ବିଧାନରେ ସମ୍ଭବ କି ? ସେ କଣ ଓଡ଼ିଶାର ରାଜା। ମୁଖ୍ୟମନ୍ତ୍ରୀଙ୍କର କଣ କେହି ମନ୍ତ୍ରୀ ନାହାଁନ୍ତି? ସବୁ ବିଭାଗରେ ମନ୍ତ୍ରୀ ଅଛନ୍ତି ସେମାନେ କାହିଁକି ଯାଉନାହାଁନ୍ତି। ଜଣେ ସଚିବ ସ୍ତରୀୟ ଲୋକୋ ସେ ବୁଲୁଛନ୍ତି। ସବୁଠାରୁ ବଡ କଥା ହେଲା ସଚିବଙ୍କର ଏଥିରେ ଭୁଲ ନାହିଁ। ଭୁଲ ହେଉଛି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କର, ଡିଜିପିଙ୍କର। ଏହା ହେଉଛି ଅଣ ସାମ୍ବିଧାନିକ କାମ। ତେଣୁ ବୁଦ୍ଧିଜୀବୀ ରାଜନୈତିକ ଦଳ ମାନେ ଏହା ଉପରେ ସ୍ଵର ଉତ୍ତୋଳନ କରନ୍ତୁ ।’’

ଏପଟେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ସସ୍ମିତ ପାତ୍ର । ସେ ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବା ସହିତ ଲେଖିଛନ୍ତି କି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦଙ୍କ ପାଇଁ ରାଜ୍ୟ କେନ୍ଦ୍ରର ସମସ୍ତ ସହାୟତାରୁ ବଞ୍ଚିତ ରହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details