ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସର ସୀମାରେ ପୁଣି ହାତୀ । ହାତୀକୁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ ବନ ବିଭାଗର ଏକ 7 ଜଣିଆ ଟିମ ମେଡିକାଲ ପରିସରରେ ପହଞ୍ଚି ହାତୀକୁ ଠାବ କରିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ତଳେ ହାତୀ ଆକ୍ରମଣରେ ତାପଙ୍ଗ ନିକଟସ୍ଥ ରାମଚଣ୍ଡୀ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ 4 ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।
ଖୋର୍ଦ୍ଧା ମେଡିକାଲ ପରିସରରେ ହାତୀ - ଖୋର୍ଦ୍ଧା ମେଡିକାଲ ପରିସରରେ ହାତୀ
ଖୋର୍ଦ୍ଧା ମେଡିକାଲ ପରିସର ସୀମାରେ ପୁଣି ହାତୀ । ହାତୀକୁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ ବନ ବିଭାଗର ଏକ 7 ଜଣିଆ ଟିମ ମେଡିକାଲ ପରିସରରେ ପହଞ୍ଚି ହାତୀକୁ ଠାବ କରିବା ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...
ଖୋର୍ଦ୍ଧା ମେଡିକାଲ ପରିସରରେ ହାତୀ
ପୂର୍ବରୁ ହାତୀ ଖୋର୍ଦ୍ଧା ମେଡିକାଲ ସୀମାରେ ପଶି ପାଚେରୀ ଭାଙ୍ଗି ନଷ୍ଟ କରିଥିଲେ । ବର୍ତ୍ତମାନ ହାତୀକୁ ଘଉଡ଼ାଇବାକୁ ମେଡିକାଲ ସୀମାରେ ଥିବା ଜଙ୍ଗଲରେ ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ତେବେ ହାତୀର ପାଦ ଚିହ୍ନକୁ ଲକ୍ଷ କରି ହାତୀର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ